ସୂଚନା ଭବନରେ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ, ସାମ୍ବାଦିକଙ୍କ ଦାୟିତ୍ଵବୋଧ କାର୍ଯ୍ୟକୁ ପ୍ରଶଂସା କଲେ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭୁବନେଶ୍ୱର ସୂଚନା ଭବନରେ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ । ଏହି ଅବସରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୟଦେବ ଭବନ ଠାରେ ଆୟୋଜିତ ହେଇଥିବା ସମ୍ବାଦପତ୍ର ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଲୋକସମ୍ପର୍କ ଭବନଠାରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ।

ଏହି ବର୍ଷର ପ୍ରସଙ୍ଗ ଥିଲା ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା। ଭାରତ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। କେବଳ ଖବର ନୁହଁ ଲୋକଙ୍କୁ ସଚେତନ କରିବା ସହ ବାଟକୁ ଆଣିବା ହେଉଛି ଗଣମାଧ୍ୟମର କାମ। ଚତୁର୍ଥ ସ୍ତମ୍ଭ ରୂପେ ସାମ୍ବାଦିକଙ୍କ ଦାୟିତ୍ଵ ବୋଧତା କାର୍ଯ୍ୟକୁ ପ୍ରଶଂସା କରିଥିଲେ ସଞ୍ଜୟ କୁମାର ସିଂହ। ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ . ଲେନିନ୍ ମହାନ୍ତି ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଓ ବୈଷୟିକ ନିର୍ଦେଶକ ସୁରେନ୍ଦ୍ର ପରିଡା ଉପସ୍ଥିତ ଥିଲେ । ଓଡ଼ିଆ ଓ ଇଂରାଜୀ ଭାଷାରେ ବକୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.