ରାଜଧାନୀରେ କୁକୁର ପାଇଁ ମହାଭାରତ, ଛୋଟ ପିଲାଟିକୁ କାମୁଡି ଦେବାରୁ ଥାନାକୁ ଗଲା ମାମଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନନ୍ଦନକାନନ ରୋଡ  ତାପସ୍ବିନୀ କ୍ଯାମ୍ପସରେ ପରିବାର ସହ ରହୁଛନ୍ତି ଶ୍ରାବଣୀ ପଟ୍ଟନାୟକ। ତାଙ୍କର ଗୋଟିଏ ପୋଷା କୁକୁରର ରହିଛି । ଗତ ରବିବାର ଦିନ ଶ୍ରାବଣୀ ପଟ୍ଟନାୟକ ପୋଷା କୁକୁରଟିକୁ ଚେନରେ ବାନ୍ଧି ନିଜ ସାହିରେ ବୁଲାଉଥିବା ପଡୋଶୀ ରୁତୁରାଜ ଖଟୋଇଙ୍କ କୁନି ପୁଅର ସାଇକେଲ ଚଲାଉଥିଲା ଏବଂ ସାଇକେଲ ସହ କୁକୁର ଉପରେ ପଡିଯାଇଥିଲା । ପରେ କୁକୁରଟି ପିଲାଟିକୁ କାମୁଡି ଦେଇଥିଲା । କୁକୁରର ମାଲିକାଣୀ ପିଲାଟିକୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏହି ଘଟଣାକୁ ନେଇ

ତାପସ୍ବିନୀ କ୍ଯାମ୍ପସର କିଛି ଲୋକ ଇନଫୋସିଟି ଥାନାରେ  ଲିଖିତ ଭାବେ ଅଭିଯୋଗ କରିଛନ୍ତି। କୁକୁରର ମାଲିକଙ୍କୁ ଇନଫୋସିଟି ଥାନାକୁ ଡାକି ଥାନା ଅଧିକାରୀ ଦୁଇଦିନ ଭିତରେ ପୋଷା କୁକୁରଟିକୁ ଘରୁ ବାହାର କରିବାକୁ ଛାପ ପକାଇଛନ୍ତି । ଏବେ ପୋଷା କୁକୁର ସୁରକ୍ଷା ଓ ପୋଷା କୁକୁର ବଞ୍ଚିବାର ଅଧିକାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଆହତ ହୋଇଥିବା ଛୋଟ ପିଲାଟିର ପରିବାର ଲୋକେ ଶ୍ରାବଣୀ ପଟ୍ଟନାୟକଙ୍କୁ ଏସିଡି ପକାଇ ମାରିବା ପାଇଁ ଧମକ ଦେଇଥିବା ଶ୍ରାବଣୀ ଅଭିଯୋଗ କରିଛନ୍ତି। ଏହାର ସିସିଟିଭି ଫୁଟେଜ ମଧ୍ୟ ଏବେ ସମ୍ନାକୁ ଆସିଛି । ଅନ୍ଯ ପଟେ ଘରମାଲିକ ଆବଶ୍ଯକ ସ୍ଥଳେ ହାଇକୋର୍ଟ ଓ ସୁପ୍ରିମକୋର୍ଟର ଆଶ୍ରୟ ନେବେ କିନ୍ତୁ କୌଣସି ପରିସ୍ଥିତିରେ ପୋଷା କୁକୁରକୁ ଘରୁ ବାହା କରିବୁ ନାହିଁ ବୋଲି କହିଛନ୍ତି।

ଶେଷରେ କଲୋନୀରୁ ସ୍ଥାନାନ୍ତର ହୋଇଛି କୁକୁର। ହେଲେ ଅନିମଲ ୱେଲଫେୟାର କର୍ମୀ ଓ କଲୋନୀ ବାସୀଙ୍କ ମଧ୍ୟରେ  ବଚସା ଦେଖା ଦେଇଥିଲା। କଲୋନୀ ଲୋକଙ୍କ ଦାବି ଓ ଥାନାରେ ମାମଲା ପରେ ଶେଷରେ ଆଜି ତପସ୍ୱିନୀ କଲୋନୀରୁ କୁକୁରକୁ ନିଆଯାଇଛି।  ଘର ମାଲିକଙ୍କ ଭାଇ ବଦ୍ରି ପଟ୍ଟନାୟକ କୁକୁରକୁ ନିଜ ସାଙ୍ଗରେ ନେଇ ଯାଇଛନ୍ତି।  ଏପଟେ ଅନିମଲ  ୱେଲଫେୟାର କର୍ମୀ କୁକୁରକୁ ଛାଡ଼ିବେନି ବୋଲି ଜିଦ ଧରିଥିଲେ। ଏପରିକି ସ୍ଥାନୀୟ ଲୋକଙ୍କ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା।  ବଦ୍ରି ପଟ୍ଟନାୟକଙ୍କୁ ମଧ୍ୟ ବିରୋଧ କରିଥିଲେ ଅନିମଲ ୱେଲଫେୟାର  କର୍ମୀ ପୁରବୀ ପାତ୍ର।

କୁକୁରକୁ ନେବା ପରେ ମଧ୍ୟ ଅନିମଲ welfare କର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଲାଗି ରହିଥିଲା ବାକ ବିତଣ୍ଡା।  ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ର ପୋଲିସ ଟିମ ନେଇ ପହଞ୍ଚି ଥଲେ।  କିଛି ସମୟ ପରେ ସ୍ଥିତିରେ ସୁଧାର ଆସିଥିଲା। କୁକୁରର ମାଲିକଙ୍କ ବିରୋଧରେ କୁକୁର ପାଳିବାରେ ଅବହେଳା ନେଇ ୨୮୯ ଧାରାରେ ମାମଲା ରୁଜୁ ହୋଇଛି।  କୁକୁରକୁ ନେଇ ଦିନ ତମାମ ମହାଭାରତ ଚାଲିଥିଲା। ଆଗକୁ କଲୋନୀ ମଧ୍ୟକୁ କୁକୁରକୁ ନଆଣିବାକୁ ମଧ୍ୟ ନୋଟିସ କରାଯିବ ଵୋଲି ସୂଚନା ମିଳିଛି।

Leave A Reply

Your email address will not be published.