ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୨୫, ମେ ୧୦ରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ଓକିଲାତି ପାଇଁ ଲାଇସେନ୍ସ ପାଇଥିଲେ। ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋ‌ଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂକ୍ରାନ୍ତରେ ତଥ୍ୟ ଉଲ୍ଲେଖ କରି ନଥିଲେ।

ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଅର୍ଚ୍ଚନାଙ୍କ ଫର୍ମରେ ଉଲ୍ଲେଖ କରାଯାଇଥିଲା। ଯାଞ୍ଚରୁ ଅର୍ଚ୍ଚନା ଫର୍ମରେ ବିଚାରାଧୀନ ଫୌଜଦାରୀ ମାମଲା ସଂପର୍କିତ ତଥ୍ୟ ଜାଣିଶୁଣି ଦର୍ଶାଇ ନଥିବା ଓ ଲୁଚାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.