ଓଡ଼ିଆ ନ୍ୟୁଜ୍: ଯାଜପୁର ଟାଉନ ଥାନା ପରିସରରୁ ଧରାପଡିଲେ ଲାଞ୍ଚୁଆ ASI।ଲାଞ୍ଚ ଟଙ୍କା ସହ ASI ନନ୍ଦକିଶୋର ଦାସଙ୍କୁ ଧରିଲା ଭିଜିଲାନ୍ସ। ଜମିଜମା ବିବାଦ ସପକ୍ଷରେ ରିପୋର୍ଟ ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ।ପୂର୍ବ ସୂଚନା ମୁତାବକ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଲେ। ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ କିଶୋର ଦାସ । ଅଭିଯୁକ୍ତ ଏଏସଆଇଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ ।
ସୂଚନା ମୁତାବକ, ଯାଜପୁର ସହର ନିଵାସୀ ଦୋଳଗୋବିନ୍ଦଙ୍କ ଏକ ଜମିଜମା ବିବାଦ ଲାଗି ରହିଥିଲା । ଏହାର ଡିମାରକେସନ କରିବା ସମୟରେ ହୋଇଥିବା ବିବାଦ ନେଇ କେସକୁ ରଫାଦଫା କରିବା ଲାଗି ସମ୍ପୃକ୍ତ ଏଏସଆଇ ଦୋଳଗୋବିନ୍ଦଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦୋଳ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ । ଆଜି ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଧରି ପକାଇଥିଲେ ।