ମାଲକାନଗିରି ଏମଭି-୨୬ ଗାଁରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

0

ଓଡ଼ିଆ ନ୍ୟୁଜ୍: ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମାଲକାନଗିରିର ଦୁଇ ଗାଁ ବାସୀ। ଏହି କାରଣରୁ ଏବେ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ବନ୍ଦ ରହିବ ଇଣ୍ଟରନେଟ୍। ଏନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଥାଉକି, ୪ ଦିନ ତଳେ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ରାଖାଲଗୁଡ଼ା ଓ ଏମଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ରାଖାଲଗୁଡ଼ା ଗାଁ ଲୋକଙ୍କ ଆକ୍ରମଣ ପରେ ଭୟଭୀତ ହୋଇ MV-୨୬ ଗାଁର ସମସ୍ତ ଲୋକେ ଘର ଛାଡ଼ି ପାଖ ଗାଁକୁ ଚାଲିଯାଇଛନ୍ତି।

ସେପଟେ ମାଲକାନଗିରି ଏମ୍‌ଭି-୨୬ ଗାଁରେ ଡିଜିପି ଖୁରାନିଆ।SIW ଡିଆଇଜି ଅଖିଳେଶ୍ୱର ସିଂ,ଏଡିଜି ସଂଜୀବ ପଣ୍ଡା ମଧ୍ୟ ଗଲେ।ଭଙ୍ଗାରୁଜା ପୋଡ଼ାଜଳାରେ ଧ୍ୱଂସ୍ତ ଏମ୍‌ଭି-୨୬ ଗାଁରେ ସ୍ଥିତି ପରଖିଲେ।

Leave A Reply

Your email address will not be published.