ଆରଏସଏସ୍ ଓ ବିଜେପିକୁ ଦଙ୍ଗାକାରୀ କହିଲେ ଅଶୋକ ଗେହଲଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆରଏସଏସ୍ ଓ ବିଜେପିକୁ ଦଙ୍ଗାକାରୀ କହିଲେ ରାଜସ୍ଥାନ ଅଶୋକ ଗେହଲଟ । ଗେହଲଟ ବୁଧବାର ଦିନ ଆରଏସଏସ ଓ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜାଲୋର ସର୍କିଟ ହାଉସ ଠାରେ ମିଡିଆ ସହ କଥା ହେବା ସମୟରେ ସେ କହିଛନ୍ତି କି, ବିଜେପି ଓ ଆରଏସଏସ ଦେଶରେ ଦଙ୍ଗା କରୁଛନ୍ତି । ସେମାନେ ଲୋକଙ୍କୁ ଧର୍ମ ନାମରେ ଭୟଭିତ କରୁଛନ୍ତି । ଗେହଲଟ୍ କହିଛନ୍ତି ବିଜେପି ଗାଈ ନାମରେ ରାଜନୀତି କରୁଛି ହେଲେ ଗୋ ସେବାରେ ସର୍ବଦା କଂଗ୍ରେସ ଆଗରେ ରହିଛି । କିଛି ଲୋକ ରାମମନ୍ଦିର ନାମରେ ହିନ୍ଦୁ ହୋଇଥିଲେ । ହେଲେ ସେମାନଙ୍କର ହିନ୍ଦୁ ଧର୍ମ ସହିତ କିଛି ସଂପର୍କ ନାହିଁ ।

ରାଜନୀତିରେ ଚେହେରା ଚମକାଇବାକୁ ହିନ୍ଦୁ ଧର୍ମକୁ ମାନୁ ନଥିବା କିଛି ଲୋକ ଏବେ ହିନ୍ଦୁତ୍ୱର ନାରା ଦେଉଛନ୍ତି । ଏହାସହ ରାଜସ୍ଥାନରେ ବିଜେପି ଓ ଆରଏସଏସର ଏଜେଣ୍ଡା ଚାଲିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ଇନ୍ଦୋରରେ ପୋଲିସ ବଜରଙ୍ଗ ଦଳ ଉପରେ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଛି ତାହାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଗେହଲଟ କହିଛନ୍ତି । କଂଗ୍ରେସ ପାର୍ଟି ବଜରଙ୍ଗ ଦଳ ବିରୋଧରେ ନାହିଁ । ହେଲେ ଯେଉଁ ଦଳ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରିବ ସେହି ଦଳ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସେ ।

Leave A Reply

Your email address will not be published.