ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲାଲ ଡାଏରୀକୁ ନେଇ ପୁଣି ସରଗରମ ରାଜସ୍ଥାନ ରାଜନୀତି । ‘ଲାଲ ଡ଼ାଏରୀ’କୁ ପ୍ରବଳ ଭୟ କରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାଜସ୍ଥାନ ଗଙ୍ଗାପୁରରେ ଏକ କୃଷକ ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଏପରି କହିଛନ୍ତି । ଅଶୋକ ଗେହଲଟଙ୍କୁ ତୀବ୍ର ସମାଲୋଚନା କରି ଲାଲ ଡ଼ାଏରୀକୁ କାହିଁକି ଏତେ ଡ଼ରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ସବୁ କଳାକାରନାମା ଦୁର୍ନୀତି ସେ ଲାଲ ଡ଼ାଏରୀରେ ଲୁଚି ରହିଛି ବୋଲି ଅମିତ ଶାହା କହିଛନ୍ତି । ଯଦି ତାଙ୍କର ସାହସ ଅଛି ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରନ୍ତୁ ବୋଲି କହିଛନ୍ତି ଅମିତ ଶାହା । ଅନ୍ୟପଟେ ଚନ୍ଦ୍ରଯାନର ସଫଳତା ଓ ମୋଦୀଙ୍କ ଅବଦାନକୁ ନେଇ ଅମିତ ଶାହା ପ୍ରଶଂସା କରିଛନ୍ତି ।