ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟ୍ରମ୍ପଙ୍କୁ ନେଇ ଆମେରିକା ରାଜନୀତି ଏବେ ଉଠୁଛି ପଡ଼ୁଛି । ଏହାରି ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୟାଣ୍ଡସମ କହି କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପଙ୍କ ମଗସୁଟ ଫଟୋକୁ ଦେଖି ବାଇଡେନ କହିଛନ୍ତି ଟ୍ରମ୍ପ ଜଣେ ହ୍ୟାଣ୍ଡସମ ବ୍ୟକ୍ତି । ଏହି ଫଟୋରେ ଟ୍ରମ୍ପ କୋଟ, ଟାଏ ପିନ୍ଧିଥିବାବେଳେ ତାଙ୍କର ଏକ ଚାହାଣୀ ବେଶ ରୋଚକପୂର୍ଣ୍ଣ ଥିଲା । ଯାହାକୁ ଦେଖି ବାଇଡେନ ତାଙ୍କୁ କଟାକ୍ଷ କରିଛନ୍ତି । ମଗସଟ ଫଟୋରେ କଏଦୀ ନମ୍ବର ସହ ଟ୍ରମ୍ପଙ୍କ ଆକାର, ଉଚ୍ଚତା, ରଙ୍ଗ ଓ କେଶ ରଙ୍ଗ ବିଷୟରେ ଉଲ୍ଲେଖ କରାଯାଇଥିଲା ।
ମାମଲରେ ଟ୍ରମ୍ପଙ୍କ ସମେତ ୧୮ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତ ନିର୍ବାଚନ ଫଳାଫଳା ହେରଫେର ମାମଲାରେ ଗୁରୁବାର ଟ୍ରମ୍ପ ଆତ୍ମସମପର୍ଣ କରିଥିଲେ । ଜେଲରେ ୨୦ ମିନିଟ ରହିବା ପରେ ତାଙ୍କୁ ଜାମିନି ମିଳିଥିଲା । ନିୟମ ଅନୁସାରେ ଗିରଫ ବେଳେ ଟ୍ରମ୍ପଙ୍କ ମଗସୁଟ ଫଟୋ ହୋଇଥିଲା ।