ଚନ୍ଦ୍ରଯାନ-୩ ପରେ ଆସନ୍ତା ସପ୍ତାହରେ ଲଞ୍ଚ ହେବ ଗଗନଯାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି ଆଉ ଏକ ରେକର୍ଡ ଲକ୍ଷରେ ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ୟ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଆଦିତ୍ୟ-ଏଲ-୧ । ଏନେଇ ଶନିବାର ଇସ୍ରୋ ମୁଖ୍ୟ ଏସ ମୋସନାଥ ସୂଚନା ଦେଇଛନ୍ତି ।

ଆଦିତ୍ୟ-ଏଲ୧ ସାଟେଲାଇଟର ପୁରା ପ୍ରସ୍ତୁତି ସରିଥିବା ବେଳେ ଏହା ଶ୍ରୀହରିକୋଟାରେ ପହଂଚିସାରିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେବେ ଲଂଚ ହେବ ଆଦିତ୍ୟ-ଏଲ୧ ସେନେଇ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ଆଦିତ୍ୟ-ଏଲ୧ ୧୨୦ ଦିନର ଯାତ୍ରା କରି ଏଲ୧ ପଂଏଟରେ ପହଂଚିବ । ଏହା ହେଉଛି ଭାରତର ପ୍ରଥମ ସୂର୍ୟ୍ୟ ମିଶନ । ଏହି ମିଶନର ବିଶେଶ୍ୱତ ହେଉଛି ଏହି ସାଟେଲାଇଟ ସୂର୍ୟ୍ୟକୁ ଦେଖିପାରିବ । ଏଲ ପଏଣ୍ଟରେ ରହି ସୂର୍ୟ୍ୟର ଗତିବିଧି ଉପରେ ଗବେଷଣା କରିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବ ଇସ୍ରୋ ।

 

Leave A Reply

Your email address will not be published.