ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ବେଗୁନିଆପଡା ଅଂଚଳକୁ ମଙ୍ଗଳ ବାର ଦିନ ଗସ୍ତ କରିଛନ୍ତି । ବେଗୁନିଆପଡା ଠାରୁ ଅଙ୍ଗାରଗାଁ ପର୍ଯ୍ୟନ୍ତ ଗସ୍ତ କରିଥିଲେ । ରାସ୍ତାରେ ଯିବା ବେଳେ ଅନେକ ସ୍ଥାନରେ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ।
ନୁଆଁଗଡ଼ ସ୍ଥିତ ବୀର ହନୁମାନ ଙ୍କ ମନ୍ଦିର ରେ ପୂଜା ଅର୍ଚନା ପରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ବୁରୁଝରୀ ନୁଆଁଗାଁର ମହିଳା ଗୋଷ୍ଠୀ ସହ ମଧ୍ୟ ଆଲୋଚନା କରିଥିଲେ । ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହି ପରି ବେଗୁନିଆପଡା ସ୍ଥିତ କାଣ୍ଟା ବାଳିକା ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ । ଏହି ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିବା ସହ ମାଟ୍ରିକ ସାର୍ଟିଫିକେଟ ବଣ୍ଟନ କରିଥିଲେ ।
ପରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବିଦ୍ୟାଳୟ ର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସହ ଅଙ୍ଗାରଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଆଲୋକ ଶତପଥୀ, କବିସୂର୍ଯ୍ୟନଗର ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାପାତ୍ର, ଗୁଣ୍ଡିଚା ପରିଡା, ଭବାନୀ ପ୍ରସାଦ ମିଶ୍ର, ମୁନା ପଣ୍ଡା ଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ ।