ଓଡିଶା ନ୍ୟୁଜ୍(ବ୍ୟୁରୋ): କଟକର କୁବେର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ତାଙ୍କ ଘର ସମେତ ୧୩ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ ପରେ ରସୁଲଗଡ଼ ମନୋରମା ଇଷ୍ଟେଟରୁ କୁବେର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ କଟକ ନେଇଥିଲା ଭିଜିଲାନ୍ସ ଟିମ । ୨୨ ଘଣ୍ଟାରେ ୨୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ଆକଳନ କରିଛି ଭିଜିଲାନ୍ସ ଟିମ ।
ରାତି ୩ଟା ସମୟରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଶେଷ କରାଯାଇଥିଲା । ମନୋରମା ଇଷ୍ଟେଟରୁ ଜବତ ହୋଇଥିବା ଟଙ୍କା ,କାଗଜ ପତ୍ରକୁ ନିଜ ହେପାଯତକୁ ନେଇଛି ଭିଜିଲାନ୍ସ । ମନୋରମା ଇଷ୍ଟେଟରେ ଥିବା 3BHK ଫ୍ଲାଟ ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଡାବୁଗାଁ ପୈତୃକ ବାସ ଭବନ ଦିମହଲା ଘର ବଡ଼ଚଣାରେ ଥିବା ଫାର୍ମ ହାଉସର ମୂଲ୍ୟ ୮୬.୩୨ ଲକ୍ଷ ଟଙ୍କା ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ ।
ଭୁବନେଶ୍ୱର ଓ ଯାଜପୁର ରେ ୪ ଟି ପ୍ଲଟ ଠାବ । ବ୍ୟାଙ୍କ ଡିପୋଜିଟ ୪୪.୩୨ ଲକ୍ଷରୁ ଅଧିକ ରହିଛି । ଇନସ୍ୟୁରାନ୍ସ ପଲିସି ୪୪.୦୪ ଲକ୍ଷରୁ ଅଧିକ ରହିଛି । ଜବତ ହୋଇଥିବା ସୁନାର ମୂଲ୍ୟ ୧୬.୮୫ ଲକ୍ଷରୁ ଅଧିକ ହେବ। ତ୍ରିନାଥଙ୍କ ଘରୁ ୫ ଲକ୍ଷ ୨୭ ହଜାର ୭୧୦ ନଗଦ ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା BMW ର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ବୋଲି ଜାଣିବାକୁ ପାଇଛି ଭିଜଲାନ୍ସ ଟିମ୍ ।
ରକେଟ ବାଇକର ଦାମ ୨୦ ଲକ୍ଷ । ୟାମହା ମଟର ସାଇକେଲର ଦାମ ୨ ଲକ୍ଷ । ୭୦ ହଜାର ଟଙ୍କାର ଏକ ସ୍କୁଟର ଜବତ । ୬୪ ହଜାର ୯୦୫ ଟଙ୍କାର ଏକ ଏଲିଏକ୍ଟ୍ରି ସ୍କୁଟର ଜବତ । ଶାନ୍ତି ଲତା କେୟାର (ନର୍ସିଂହୋମ) ୧.୭୬ କୋଟି ଟଙ୍କା ର ଆକଳନ କରିଛି ଭିଜିଲାନ୍ସ । ଶାନ୍ତିଲତା କେୟାର ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନିକ ମେଡ଼ିକାଲ ଯନ୍ତ୍ରପାତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।