ମୋବାଇଲ ଚୋରୀ କରିବାରୁ ଅମାନବିକତାର ସୀମା ଟପିଲା ମଣିଷ

0

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ଅମାନବିକତାର ଚରମ ସୀମାରେ ମଣିଷ, ସାମାନ୍ୟ ମୋବାଇଲ ଚୋରୀରୁ ଯୁବକକୁ ବିପଦପୂର୍ଣ୍ଣ ଭାବେ ଚଳନ୍ତା ଟ୍ରକରେ ବାନ୍ଧି ନେଇଛନ୍ତି । ଆଇ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରି ତାକୁ ଭାଇରାଲ କରିଛନ୍ତି । ଭିଡିଓଟିରେ ଯୁବକଙ୍କ ବେକରେ ପଡ଼ିଛି ଜୋତା ମାଳ । ଦୁଇହାତ ଉପରକୁ ଉଠାରେ ଟ୍ରକ ଆଗରେ ରଶିରେ ବନ୍ଧାଯାଇଛି । ଟ୍ରକ୍ ଚାଲୁଛି ଆଉ ଯୁବକ ଜଣକ ଟ୍ରକ ଆଗରେ ଝୁଲି ରହିଛନ୍ତି । ଭିଡିଓଟି ଦୁଇ…ତିନିଦିନ ତଳର ବୋଲି ଜଣାପଡ଼ିଛି । ମାତ୍ର ୨୫ ସେକେଣ୍ଡର ଏହି ଭିଡିଓଟି ଆମ ମାନବିକତା ଆଗରେ ଅନେକ ପ୍ରଶ୍ନବାଚୀ ଠିଆ କରେଇଛି । ସତରେ କଣ ମାନବିକତା ମରିଯାଇଛି ବୋଲି ବାର ବାର ପ୍ରଶ୍ନ କରୁଛି । ଯିଏ ଦୋଷ କରିଛି ତା ପାଇଁ ତ ଆଇନ ଅଛି । ହେଲେ ଏମାନେ ନିଜର ବାହାଦୁରୀ ପାଇଁ ଆଇନକୁ ଭୂକ୍ଷେପ କରିଛନ୍ତି ।

ଏହି ଭାଇରାଲ ଭିଡିଓଟି ପାରାଦ୍ୱୀପ ଅଂଚଳର ବୋଲି ଜଣାପଡ଼ିଛି । ଭିଡିଓ ସୁଟିଂ କରିଥିବା ବ୍ୟକ୍ତ ଜଣକ କହୁଛନ୍ତି – ଏ ଲୋକ ଗାଡିରୁ ମୋବାଇଲ ଚୋରୀ କରିିଛି । ଗାଡ଼ିଟି ଗଡ଼ୁଛି ପାରାଦ୍ୱୀପ ଭୁତମୁଣ୍ଡାଇ ବ୍ରିଜ୍ ଉପରେ । ଇଏ ଡ୍ରାଇଭର ନୁହେଁ, ଟିକରପଙ୍ଗାର ଲୋକ । ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟମାନଙ୍କୁ ହୁୁସିଆର ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଭିଡିଓଟିରେ ମାନବିକତାର ଉଲଂଘନ କରାଯାଇଛି । ତେବେ ଆଇନ ହାତକୁ ନେଇ ଏପରି ଅମାନୁଷିକ କାମ କରିଥିବା ବ୍ୟକ୍ତିମାନଙ୍କୁ ପୋଲିସ ଠାବ କରି ଦଣ୍ଡିତ କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.