ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ । ଭିଜିଲାନ୍ସର ୮ଟି ଟିମ୍ ଏକକାଳୀନ ବିଡିଓ ସାହୁଙ୍କ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିଛି।
ଚଢ଼ାଉବେଳେ ବିଡିଓ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଥିବା ୨ଟି କୋଠା, ୩ ପ୍ଲଟ୍, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍, ୪୭ ଲକ୍ଷ ଟଙ୍କାର ଜମା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍ଲେସ୍, ପ୍ରାୟ ୩୦୦ ଗ୍ରାମ୍ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ସାହୁଙ୍କ ଏତେ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ କରୁଛି। ସମ୍ପତ୍ତି ତାଲିକା ଆହୁରି ଅଧିକ ହେବାର ସମ୍ଭାବନା ରହିଛି। ପ୍ରଦୀପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ୨୦୨୩ ଫେବୃଆରୀ ୧ରେ ପ୍ରଦୀପ ଆଠଗଡ଼ ବିଡିଓ ଭାବେ ନିଯୁକ୍ତି ପାଇଥିଲେ।
ଏହାପୂର୍ବରୁ ସେ ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ। ଆଠଗଡ ବିଡିଓ ପ୍ରଦୀପଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଡିଓଙ୍କ ସ୍ତାବରଅସ୍ତାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ କହିରଖୁଛୁ, ୨୦୨୩ ଫେବୃଆରୀ ୧ ରେ ପ୍ରଦୀପ ଆଠଗଡ଼ ବିଡିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ।
Comments are closed.