ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାକୁ  ଛୁଇଁଛି। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ପଶିଛି ମହାନଦୀର ବନ୍ୟା ଜଳ।

ଦୁଇ ଦିନର ଲଗାଣ ବର୍ଷା ପରେ ମନ୍ଦିର ବେଢାରେ ବର୍ଷା ପାଣି ଲହଡି ଭାଙ୍ଗୁଛି।  ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍‌ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ପ୍ରବାହିତ ହେଉଛି। ଆଜି ସକାଳଠାରୁ ବନ୍ୟାଜଳ ବଢିବାରେ ଲାଗିଛି।  ସୂଚନା ଅନୁସାରେ, ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାଶୟୀ କରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ  ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।ମନ୍ଦିରରେ ଯେପରି ମା”ଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.