ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ କଟକ ଜିଲ୍ଲାର ଆଠଗଡ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ଗତ ସାଧାରଣ ନିର୍ବାଚନର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଅଭୟ ବାରିକଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ବହୁ ବୃଦ୍ଧି ପାଇଛି । ଆଠଗଡବାସୀ ଆଜି ବିଭିନ୍ନ ବିକାଶମୁଳକ କାର୍ଯ୍ୟରୁ ବଂଚିତ ରହୁଛନ୍ତି । ବହୁ ଶୀଘ୍ର ଆଠଗଡବାସୀ ଶାସକ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଅଭୟ ବାରିକ କହିଛନ୍ତି ।
ଅଭୟ ବାରିକ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଖଡି ପୂର୍ବତନ ସରପଂଚ ତଥା ବରିଷ୍ଠ କଂଗ୍ରେସ ନେତା ସୁନିଲ ସୁତାର, ମଂଚେଶ୍ୱର ପଂଚାୟତର ପୂର୍ବତନ ବିଜେଡି ସମିତି ସଭ୍ୟ ରେଣୁଙ୍କା ପ୍ରଧାନ, ଆଠଗଡ ଏନଏସିର ସରୋଜ କୁମାର ଦାସ, ସଦାନନ୍ଦ ମହାନ୍ତି, ଆଇନଜୀବି ପ୍ରମୋଦ କୁମାର ଜେନା, ଜ୍ଞାନରଂଜନ ମହାପାତ୍ର, ରାଜେନ୍ଦ୍ର ନାରାୟଣ ମହାପାତ୍ର, ଭୋଗରା ପୂର୍ବତନ ସରପଂଚ ପପିନା ମନହେରା, ବ୍ରହ୍ମପୁରର ବସନ୍ତ କୁମାର ନାୟକ, ପୂର୍ବତନ ସରପଂଚ ବଡସାମନ୍ତପୁର ବୀରକିଶୋର ରାଉତ, ପୂର୍ବତନ ସମିତିସଭ୍ୟ ବଡସାମନ୍ତରାପୁର ଶୁଭଲକ୍ଷ୍ମୀ ମହାପାତ୍ର, ଗୋବରା ପଂଚାୟତ ସଭାପତି ପ୍ରଶାନ୍ତ କୁମାର ରାଉତ, ପାଂଚଗାଁ ପଂଚାୟତ ପୂର୍ବତନ ସରପଂଚ କୁମର ଧଳ, ପାଂଚଗାଁ ପୂର୍ବତନ ସମିତିସଭ୍ୟ ମିନୁ ସ୍ୱାଇଁ, ସୋମପଡା ୱାଡମେମ୍ବର ସୂର୍ଯ୍ୟକାନ୍ତ ଧଳ, ସନାତନ ରାଉଳ, ଶତୃଘ୍ନ ପଣ୍ଡା, ପୀତବାସ ବାରିକ, ଶ୍ରୀଧର ବେହେରା, ପବିତ୍ର ବେହେରା, ସଞ୍ଜୟ କୁମାର ସାହୁ, ପ୍ରେମାନନ୍ଦ ପରିଡା, ବିରଂଚି ସାହୁ, ମିନତୀ ପରିଡା, ସୁବ୍ରତ ବାରିକ, ଚୈତନ୍ୟ ରାଉତ, ନିତ୍ୟାନନ୍ଦ ପ୍ରଧାନ, ନିରଞ୍ଜନ ଗୋଚ୍ଛାୟତ, ଯୁଧିଷ୍ଠିର କରଣ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ପ୍ରକାଶ ବେହେରା, ଜିଲ୍ଲା ପ୍ରଭାରୀ ଅମର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ବ୍ରଜେନ୍ଦ୍ର ରାୟ, ବିଜୟ ଦଳବେହେରା, ଶୁଭ୍ରାଂଶୁ ମୋହନ ପାଢୀ, ରାମନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।