ଆତିଶୀ ମାର୍ଲେନାଙ୍କ ହାତରେ ୧୦ ମନ୍ତ୍ରାଳୟ ଦାୟିତ୍ବ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ‘ଆପ୍‌’ ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ମନ୍ତ୍ରାଳୟ ରହିବ। ଦିଲ୍ଲୀ କ୍ୟାବିନେଟ୍‌ ପୁନଃସଂରଚନା କରାଯିବା ପରେ ଏହା କରାଯାଇଛି। ଦିଲ୍ଲୀ କ୍ୟାବିନେଟ୍‌ ପୁନଃସଂରଚନା ନିମନ୍ତେ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ସମ୍ମତି ଦେବା ପରେ ଆତିଶୀଙ୍କୁ ରାଜସ୍ବ, ଯୋଜନା ଓ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ଉପରାଜ୍ୟପାଳ ସାକ୍‌ସେନା ଆତିଶୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ପ୍ରସ୍ତାବ ଫାଇଲ୍‌କୁ ଅନୁମୋଦନ କରିଛନ୍ତି ଓ ତାହା ସରକାରଙ୍କ ନିକଟରେ ପହଞ୍ଚି ସାରିଛି। ପୂର୍ବରୁ ଉପରୋକ୍ତ ୩ ମନ୍ତ୍ରାଳୟ କୈଳାସ ଗହ୍‌ଲଟ୍‌ଙ୍କ ଦାୟିତ୍ବରେ ଥିଲା। ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀଙ୍କ ଦାୟିତ୍ବରେ ରାଜ୍ୟ ଶକ୍ତି, ଶିକ୍ଷା, କଳା, ସଂସ୍କୃତି ଓ ଭାଷା, ପର୍ଯ୍ୟଟନ, ଉଚ୍ଚଶିକ୍ଷା, ତାଲିମ ଓ ବୈଷୟିକ ଶିକ୍ଷା, ରାଜସ୍ବ, ଯୋଜନା, ଅର୍ଥ ଆଦି ୧୦ଟି ମନ୍ତ୍ରାଳୟ ରହିବ। ସୂଚନାଯୋଗ୍ୟ, କ୍ୟାବିନେଟ୍‌ ପୁନଃସଂରଚନା ସଂକ୍ରାନ୍ତରେ ଗୁରୁବାର ଦିନ ରାଜ୍ୟ ସରକାରୀ ଅଧିକାରୀମାନେ ଉପରାଜ୍ୟପାଳଙ୍କ ଅଫିସ ଉପରେ ଅଶାନ୍ତ ବ୍ୟକ୍ତ କରିଥିଲେ। ରାଜ୍ୟ ସରକାରୀ ଅଧିକାରୀମାନେ କହିଥିଲେ କି, ୪ ଦିନ ହେବ କ୍ୟାବିନେଟ୍‌ ଫାଇଲ୍‌ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଡ଼ିରହିଛି।

କିନ୍ତୁ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗକୁ ଅସ୍ବୀକାର କରିଛି।ସ୍ମରଣଯୋଗ୍ୟ, ମନୀଷ ସିସୋଦିଆ ଓ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫା ଓ ଗିରଫଦାରି ପରେ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ପାଠ କରାଯାଇଥିଲା।

Leave A Reply

Your email address will not be published.