ମୁକ୍ତିଲାଭ କଲା ଅମ୍ଲାନ ଓ ଏଲିନା ଯୋଡି ଓଡ଼ିଆ ସିନେମା ‘ପ୍ରିୟେ ତୁମୋ ସିଏ’

0

ସାରା ଓଡ଼ିଶାର ୩୫ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁମୋ ସିଏ’ । ପ୍ରଥମଥର ପାଇଁ ପରଦାରେ ଏକାଠି ନଜର ଆସିଛନ୍ତି ଅମ୍ଳାନ ଓ ଏଲିନା । ଏହା ଝିଲିକ ମୋସନ ପିକ୍ଚର୍ସ ର ଚତୁର୍ଥ ଅବଦାନ l ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍ । ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦର୍ଶକ ଦେଖି ବିଭୋର ହୋଇଥିଲେ l ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇଛନ୍ତି ଦର୍ଶକ ।
ଭୁବନେଶ୍ବରସ୍ଥିତ ସ୍ଵାତି ସିନେପ୍ଲେକ୍ସ ରେ “ପ୍ରିୟେ ତୁ ମୋ ସିଏ” ଚଳଚ୍ଚିତ୍ର ର ପ୍ରିମିଅର ଶୋ ହୋଇଥିଲା l ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଜୀ ଙ୍କ ସମେତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଭିନେତା ଅମ୍ଲାନ ଦାସ, ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ, ବବି ମିଶ୍ର, ଭୂପତି ତ୍ରିପାଠୀ, ଅଭିଷେକ ଗିରି, ଗୁଡ୍ଡୁ ପ୍ରମୁଖ ପ୍ରିମିୟର ଶୋ ରେ ଉପସ୍ଥିତ ଥିଲେ l ସିନେମା ରେ ଅଭିନୟ କରିଥିବା କଳାକାର ଙ୍କ ବ୍ୟତୀତ ଓଡ଼ିଆ ସିନେମା ଜଗତର ଅନେକ ନାମୀ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ବିନି ପଟ୍ଟନାୟକ, ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ଏନ୍ ଗଙ୍ଗାଧର ରେଡ୍ଡୀ,ସ୍ଥିତ ପଟ୍ଟନାୟକ ଏବଂ ଅଭିନେତା ସମରେଶ ରାଉତରାୟ, ଦେବାଶିଷ ପାତ୍ର, ପାର୍ଥସାରଥୀ ରାୟ,ଅମର ପ୍ରମୁଖ ଉପସ୍ଥିତ ଥିଲେ l ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ଈଷା ବେବର୍ତ୍ତା, ସୋମା ଭୌମିକ, ଛନ୍ଦିତା ପାଢ଼ୀ ମଧ୍ୟ ଅଭିନୟ କରିଛନ୍ତି l ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ଡା ଉପସ୍ଥିତ ଥିଲେ l ବୈଦ୍ୟନାଥ ଦାସ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି l ଓଡିଶା ବାହାରେ ଖୁବ ସୁନ୍ଦର ଭାବେ ଚିତ୍ରିତ ହୋଇଛି ସବୁ ଗୀତ ଗୁଡିକ l ପ୍ରିମିୟର ଶୋ ରେ ଦର୍ଶକ ବହୁତ ଉତ୍ସାହିତ ଥିଲେ l ପ୍ରିମିୟର ଶୋ ରେ ଅବସରରେ କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ, ଅଙ୍କିତା ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

କାହାଣୀ ଏମିତି ; ପ୍ରେମ ହେଇଯାଏ । କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି । ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀକୁ ନେଇ ଝିଲିକ ମୋସନ ପିକଚର୍ସ ର ଏହି ଚତୁର୍ଥ ଅବଦାନ ଖୁବ ଉଚ୍ଚ ପ୍ରଶଂସିତ ସିନେମା ହୋଇଛି ବୋଲି ସିନେପ୍ରେମୀ ମତ ଦେଇଥିଲେ ।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ । ଝିଲ୍ଲିକ ଭଟ୍ଟାଚାର୍ଜୀ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ । କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିଛି ଦର୍ଶକଙ୍କୁ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି ।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଜୀ ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର । ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ମୁକ୍ତିଲାଭ କରିଛି ‘ପ୍ରିୟେ ତୁ ମୋ ସିଏ’ । ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା, ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ଦର୍ଶକ ଦେବେ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା । ପ୍ରଚାର, ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ କହିଥିଲେ, କାହାଣୀ ଟି ପ୍ରାୟ ତିରିଶି ବର୍ଷ ପଛର ନିଆଯାଇଛି ଏବଂ ଖୁବ ସୁନ୍ଦର ଭାବେ ନିର୍ଦ୍ଦେଶକ ଉପସ୍ଥାପନା କରିଛନ୍ତି l ତେଣୁ ସମସ୍ତ ସିନେପ୍ରେମୀ ପ୍ରିୟେ ତୁମୋ ସିଏ ଚଳଚ୍ଚିତ୍ର ଦେଖିବା ଉଚିତ ଦର୍ଶକମାନେ ମତ ପୋଷଣ କରିଛନ୍ତି।

Leave A Reply

Your email address will not be published.