ଅବକାରୀ ବିଭାଗର ଚଢାଉ; ବିପୁଳ ପୋଚ ନଷ୍ଟ ସହ ମଦ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ବିଭାଗର ଚଢାଉ।ବିପୁଳ ପୋଚ ନଷ୍ଟ ସହ ମଦ ଜବତ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ଶିଙ୍ଗାଖୁଣ୍ଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହିତ ଦେଶିମଦ ଜବତ କରିଥିବା ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି।

ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଶିଙ୍ଗାଖୁଣ୍ଟା ଗ୍ରାମରେ ବେଆଇନ ଭାବେ ଗଢି ଉଠିଥିବା ମଦ ରନ୍ଧା କାରଖାନା ଉପରେ ଚଢ଼ାଉ କରି ୧୬୫୦ ଲିଟର ପୋଚ ନଷ୍ଟ କରିବା ସହିତ ୧୪୦ ଲିଟର ଦେଶିମଦ ଏବଂ ମଦରନ୍ଧା ସାମଗ୍ରୀକୁ ଜବତ କରିଛନ୍ତି।

ଚଢ଼ାଉ ହେଉଥିବା ଜାଣିପାରି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ଗଣେଷ ସିଂ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.