ଆମ୍ବୁଲାନ୍ସ ଧକ୍କାରେ ଗୋରୁ ମୃତ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଠାକୁରମୁଣ୍ଡା ବ୍ଲକ ଅଧିନସ୍ଥ ତରାମରା ଉଚ୍ଚ ବିଦ୍ୟାଳୟ ନିକଟରେ ଆଜି ଦିବା ପ୍ରାୟ ୧୨ଘଟିକା ୩୦ ସମୟରେ ଆନନ୍ଦପୁର ରୁ ଠାକୁରମୁଣ୍ଡା ଅଭିମୁଖେ ଆସୁଥିବା ଏକ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଯାହାର ନମ୍ବର ଏମପି-୦୪ଡିବି-୨୫୮୩ ଏକ ଲୁନା ଚାଳକ କୁ ଧକ୍କା ଦେଇ ଏକ ଗୋରୁ କୁ ଧକ୍କା ଦେଇଥିଲା।

ଯାହା ଫଳରେ ଗୋରୁଟି ରାସ୍ତା କଡ ବିଲରେ ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲା ଏବଂ ଲୁନା ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ | ନିକଟରେ ଥିବା ଲୋକ ଏହା ଦେଖି କିଛି ସମୟ ଆମ୍ବୁଲାନ୍ସ କୁ ଅଟକ ରଖିଥିଲେ ହେଲେ ଆମ୍ବୁଲାନ୍ସ ରେ ରୋଗୀ ଥିବାରୁ ଆମ୍ବୁଲାନ୍ସ ଟିକୁ ସେଠାରୁ ଛାଡି ଦେଇଥିଲେ | ତେବେ ଏହିଦୁର୍ଘଟଣା ପରେ କ୍ଷତି ପୂରଣ ଦାବୀ ନେଇ ସ୍ଥାନୀୟ ଲୋକ ଏବଂ ଗୋରୁ ମାଲିକ ରାସ୍ତା ଅବରୋଧ କରିଥିଲେ |

ଯାହା ଫଳରେ ଠାକୁରମୁଣ୍ଡା ଏବଂ ଆନନ୍ଦପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ୱ ରେ କିଛି ସମୟ ଯାନବାହାନ ଅଟକି ଯାଇଥିଲା |ଏ ବିଷୟରେ ଠାକୁରମୁଣ୍ଡା ପୋଲିସ ସୂଚନା ପାଇବା ପରେ ଘୋଟଣା ସ୍ଥଳରେ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଗୋରୁର କ୍ଷତି ପୂରଣ ପ୍ରତିଶୃତି ଦେବା ପରେ ରାସ୍ତାରୁ ହୋଟିଥିଲେ | ମୃତ ଗୋରୁଟିର ମାଲିକ ଜଣକ ତରାମରା ଗ୍ରାମର ନୀଳାମ୍ବର ବନପଦିଆ ବଲି ଜଣାପଡିଛି |

Leave A Reply

Your email address will not be published.