ଆଗାମୀ ନିର୍ବାଚନ ନିମନ୍ତେ ମତଦାନ ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ମେ ମାସ ୧୩ ରିଖ ଦୀନ କୋରାପୁଟ ଜିଲ୍ଲା ରେ ଲୋକସଭା ଏବଂ ବିଧାନସଭା ନିମନ୍ତେ ନିର୍ବାଚନ ହେବାକୁ ଯାଉଅଛି। ତେଣୁ କୋରାପୁଟ ଜିଲ୍ଲା ଏବଂ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ମିଳିତ ସହଯୋଗରେ ବିବାଦୀୟ କୋଟିଆ ପଞ୍ଚାୟତ ର ବିଭିନ୍ନ ସୀମାନ୍ତ ଗ୍ରାମ ମାନଙ୍କରେ ନିର୍ବାଚନ ନିମନ୍ତେ ଭୋଟର ମାନଙ୍କୁ ନେଇ ମତଦାନ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାଷନ୍ ଙ୍କ ଉପସ୍ଥିତିରେ ଆଜି ଉକ୍ତ କାର୍ଯ୍ୟକ୍ରମ ଟି ଆୟୋଜନ ହୋଇଛି।କାର୍ଯ୍ୟକ୍ରମ ଟି କୋଟିଆ ପଞ୍ଚାୟତର ଫାଟୁଶିନେରୀ, ମାଡକାର୍, ଗଞ୍ଜେଇପଦର ଓ କୋଟିଆ ଗ୍ରାମ ରେ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାଷନ୍ କାର୍ଯ୍ୟକ୍ରମ ରେ ଲୋକଙ୍କୁ ନିଜ କୋଟିଆ ରେ ସୂରୁଖୁରେ ନିର୍ବାଚନ କରିବା ନିମନ୍ତେ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତି ରହିଥିବା ବେଳେ ଲୋକଙ୍କୁ ତାଙ୍କ ବହୁମୂଲ୍ୟ ଭୋଟ ପ୍ରଦାନ କରିବା ନିମନ୍ତେ କହିଥିଲେ।

କାର୍ଯ୍ୟକ୍ରମ ରେ ପଟ୍ଟାଙ୍ଗି ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ଲୋକଙ୍କୁ ନିଜର ଭୋଟ ଟିକୁ ନିର୍ଭୀକ ହୋଇ ପ୍ରଦାନ କରିବା ନିମନ୍ତେ ସପଥ ପାଠ କରାଇଥିଲେ।ପ୍ରଥମ ଦିନ ରେ ଆଜିର କାର୍ଯ୍ୟକ୍ରମ ହୋଇଥିବା ବେଳେ ଆସନ୍ତା କାଲି କୋଟିଆ ର ପୂର୍ବଦିଗର ଗ୍ରାମ ଗୁଡିକରେ କରାଯିବା ନେଇ ବ୍ଲକ୍ ପ୍ରଶାସନ ସୂଚନା ଦେଇଅଛି।

Leave A Reply

Your email address will not be published.