ଭୁବନେଶ୍ୱର ମହିଳା ଥାନା ଏସଆଇଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ୍‌ନଗର ଥାନା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ମହିଳା ଥାନା ଏସଆଇଙ୍କୁ ଆକ୍ରମଣ ଘଟଣାରେ ଧରାପଡ଼ିଲେ ୩ ଅଭିଯୁକ୍ତ । ସେମାନଙ୍କୁ ଗିରଫ କରିଛି ସହିଦ୍‌ନଗର ଥାନା ପୋଲିସ । ୩ ଅଭିଯୁକ୍ତ ହେଲେ କୁନା ଚନ୍ଦ୍ର ସାହୁ, ପ୍ରଦୀପ ବେହେରା ଓ ଅରବିନ୍ଦ ମହାକୁଡ଼ । ସେମାନେ ବ୍ୟବହାର କରିଥିବା ଇନୋଭା କାର୍‌ ଜବତ ହୋଇଛି । ପୁରୀ, କଟକ ଓ ଭୁବନେଶ୍ୱରରେ ଲୁଚିଥିଲେ ଅଭିଯୁକ୍ତ । ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା ହୋଇଥିଲା । ଏହାପରେ ମହିଳା ଏସଆଇଙ୍କୁ ଗୋଡ଼ାଇ ଆକ୍ରମଣ ଉଦ୍ୟମ କରିଥିଲେ ।

୨ ତାରିଖ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଡ୍ୟୁଟି ସାରି ନିଜ କାରରେ ଘରକୁ ଫେରୁଥିଲେ ଭୁବନେଶ୍ୱର ମହିଳା ଥାନା ଏସଆଇ ଶୁଭଶ୍ରୀ ନାୟକ । ସାଇନ୍‌ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର ଧକ୍କା ଦେବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତାଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ପୋଲିସ ପୋଷାକରେ ଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ପୋଲିସ ବାରାକ ପର୍ଯ୍ୟନ୍ତ ଗୋଡ଼ାଇଥିଲେ । ପୋଲିସ ବାରାକକୁ ପଶି ଯିବା ପରେ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଯୋଗୁଁ ଚାଲିଯାଇଥିଲେ ଦୁର୍ବୃତ୍ତ । ପରେ ସହିଦନଗରର ଥାନାରେ ଏତଲା ଦାୟର କରିଥିଲେ ଏସଆଇ ଶୁଭଶ୍ରୀ ନାୟକ ।

Leave A Reply

Your email address will not be published.