ଭୁବନେଶ୍ୱରରେ ଆରମ୍ଭ ହେଲା 5G ସେବା: ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଓଡିଶାରେ 5G ସେବା । ଆଜି ଭୁବନେଶ୍ୱରରେ 5G ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ୫ଟି ସହରରେ ଆରମ୍ଭ କରାଯିବ । ୨ ବର୍ଷ ଭିତରେ ସାରା ରାଜ୍ୟରେ 5G ସେବା ପହଞ୍ଚିବ । BSNLର 5G ସେବା ୨୦୨୪ରେ ଆରମ୍ଭ ହେବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 5G ଆସିବା ପରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ଘଟିବ । ଏଥିସହ ଆଜି ରାଜ୍ୟରେ ୧୦୦ଟି 4G ଟାୱାର ଲୋକାର୍ପିତ ହୋଇଛି ।

କଳାହାଣ୍ଡି, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ଏହି ଟାଓ୍ଵାର । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ପ୍ରତିଟି ଅଞ୍ଚଳରେ ପହଞ୍ଚିବ ମୋବାଇଲ୍‌ ସେବା । କେନ୍ଦ୍ର ସରକାର ଓଡ଼ିଶାକୁ ୫ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି । ୧୮ ମାସରେ ୫ହଜାର ଟାଓ୍ଵାର୍‌ କାମ ସରିବ । ୭ ହଜାର ଗାଁକୁ ମୋବାଇଲ୍‌ ସେବା ସଂଯୋଗ କରିବ । ଗାଁ ଗାଁରେ ପହଞ୍ଚିବ ଫାଇବର ସେବା । 4G ତୁଳନାରେ ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ । 5G ମାଧ୍ୟମରେ ଇଣ୍ଟରନେଟ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ ଜିବିପିଏସ ପ୍ରତି ସେକେଣ୍ଡ ମିଳିବ । 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ଗୁଣ ଅଧିକ । 5Gରେ ବିନା ବାଧାରେ ଇଣ୍ଟରନେଟ୍‌ ସେବା, ଅଧିକ ବିଶ୍ୱସନୀୟ ସଂଚାର ସେବା ମିଳିବ ।

Leave A Reply

Your email address will not be published.