୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍: ବଳିଆପଣ୍ଡା ପ୍ରାଚୀ ଛକ ନିକଟରେ ୩ ଅଟୋ ଚାଳକଙ୍କୁ ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା। ୩ ଗୁରୁତର ସଦର ଚିକିତ୍ସାଳୟରେ ଭର୍ତ୍ତି, ବଳିଆପଣ୍ଡା ପୋଲିସର ତଦନ୍ତ।ଛୁରୀମାଡ଼ର ଶିକାର ହୋଇଛନ୍ତି ବଳିଆପଣ୍ଡା ଅଞ୍ଚଳର ରମେଶ ପ୍ରଧାନ, ଗୁଡ଼ୁ ପ୍ରଧାନ, ନୀତୀଶ ବେହେରା । ରମେଶ ଗୁରୁତର ହୋଇଥିବା ବେଳେ ଗୁଡ଼ୁ ଓ ନୀତୀଶ ସାମାନ୍ୟ ଆହତ ହୋଇଛନ୍ତି । ଅପରାହ୍ନ ୪ଟା ବେଳେ ଲାଇଟ ହାଉସ ନିକଟରେ ଅଟୋ ଚାଳକଙ୍କ ମଧ୍ୟରେ ଭଡ଼ାକୁ ନେଇ କଥା କଟାକାଟି ହୋଇଥିଲା ।

ପରେ ଏହା ଝଗଡ଼ାର ରୂପ ନେବା ପରେ ଛୁରାମାଡ଼ ହୋଇଥିଲା । ଛୁରୀମାରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ବାଲିଆପଣ୍ଡା ଥାନା ପୁଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରିଛନ୍ତି । ଏଥିରେ ସଂପୃକ୍ତ ଦୁଇଜଣ ଅଟୋ ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦୁଇଟି ବାଇକ ଜବତ କରିଛି ପୋଲିସ ।

Leave A Reply

Your email address will not be published.