ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଏହାସହ ବିଭାଗୀୟ କାର୍ଯ୍ୟର ମଧ୍ୟ ହିସାବ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ୩୨୫ କୋଟିକୁ ବୃଦ୍ଧି ହୋଇଥିଲା । ବିଜୁ କେବିକେ ଯୋଜନାରେ ୮ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୧୯୪୦ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସେତୁ ଯୋଜନାରେ ୨୩୦ କୋଟି ଖର୍ଚ୍ଚ ହୋଇଛି । ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୨ ହଜାର ୭୯୨ କୋଟି ଖର୍ଚ୍ଚ ହୋଇଛି ।

ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲ୍ଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ୍, ବିଜ୍ଞାନ ଲ୍ୟାବ୍ ଓ ସ୍ମାର୍ଟ କ୍ଲାସରୁମ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Leave A Reply

Your email address will not be published.