ଅରବିନ୍ଦଙ୍କ ବିଜୟ ଉତ୍ସବ ସମ୍ବର୍ଦ୍ଧନା ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟକୁରା ନିର୍ବାଚନ ମଣ୍ଡଳୀ ରେ ରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ପାଟକୁରା ଗରଦପୁର ବ୍ଲକର ମାହାଳ ଜଗନ୍ନାଥ ମନ୍ଦିର, ଭଗବାନ ପୁର ବୁଢ଼ୀ ଜାଗୁଳେଇ ମନ୍ଦିର ଦର୍ଶନ କରି ଆଶ୍ରିବାଦ ନେବା ସହ ଅଞ୍ଚଳ ବାସି ଅରବିନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ | ସମସ୍ତ ପଂଚାୟତ ମଧ୍ୟରୁ ଭଗବାନ ପୁର ପଞ୍ଚାୟତ ରୁ ସର୍ବାଧିକ ଭୋଟ ଅରବିନ୍ଦ ଙ୍କୁ ମିଳିଥିଲା |

ଅରବିନ୍ଦ ମହାପାତ୍ର ମଧ୍ୟ ପଞ୍ଚାୟତ ବାସି ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ | ଭଗବାନ ପୁର ର ଅନେକ ମହିଳା ଅରବିନ୍ଦ ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ | ବଙ୍ଗାଳପୁର, ଟୀକନ ପୁର, କଳାବୁଦା, ଶାନ ଅଢଙ୍ଗା ଆଦି ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରିବା ସହ ଅରବିନ୍ଦ ଙ୍କୁ ସବୁଆଡୁ ସ୍ୱାଗତ ସମ୍ବର୍ଦ୍ଧନା ମିଳିଥିଲା | ଅଞ୍ଚଳ ବାସି ନିଜ ଅଞ୍ଚଳ ର ସମସ୍ୟା ସମ୍ପର୍କିତ ଆଲୋଚନା କରିବା ସହ ଏକ ସଭା ମାଧ୍ୟମ ରେ ଅରବିନ୍ଦ ଙ୍କ ନିକଟରେ ନିଜ ନିଜ ଅଭିଯୋଗ ରଖିଥିଲେ |

ଆଗାମୀ ଦିନ ରେ ପାଟକୁରା ର ବିଭିନ୍ନ ସମସ୍ୟା କୁ ସମାଧାନ କରାଯିବା ସହ ଶୁନା ର ପାଟକୁରା ଗଠନ ଲକ୍ଷ୍ୟରେ କାର୍ଯ୍ୟ କରିବେ ବୋଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି |

Leave A Reply

Your email address will not be published.