ବିନା ସରକାରୀ ଅନୁମତିରେ ମୋରମ ଖୋଳା, ମାଇନିଂ ଅଧିକାରୀଙ୍କ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିନା ସରକାରୀ ଅନୁମତିରେ ମୋରମ ଖୋଳା, ମାଇନିଂ ଅଧିକାରୀଙ୍କ ଚଢାଉ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିତ୍ରପୁର ଠାରୁ ସିଲିପୁଞ୍ଜି ରାସ୍ତା ଉର୍ନ୍ନତି କରଣ କାମ ଚାଲିଥିବା ବେଳେ ବିନା ଅନୁମତିରେ ବେଆଇନ ଭାବେ ମୋରମ ଖୋଳା କୁ ନେଇ ଲଘୁ ଖଣିଜ ଅଧିକାରୀ ଙ୍କ ଚଢାଉ।

ଆଜି ଲଘୁ ଖଣିଜ ବିଭାଗ ଅଧିକାରୀ ସୁପ୍ରଭା ନାଏକ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚିତ୍ରପୁର ସିଲିପୁଞି ମୂଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ରେ ବିନା ଅନୁମତିରେ ମୋରମ ଖୋଳା ହେବା ସହ ମୋରମ ଗୁଡିକ ରାସ୍ତା ପାର୍ଶ୍ଵ ରେ ପଡୁଥିବା ଦେଖି ମାଇନିଂ ଅଧିକାରୀ ଠିକା ସଂସ୍ଥାର କର୍ମଚାରୀଙ୍କୁ ଅନୁମତି କାଗଜ ପତ୍ର ମାଗିବାରୁ ଆମେ ସରକାରୀ ଜାଗାରୁ ମାଟି ଉତ୍ତୋଳନ କରୁନାହୁଁ ପଟା ଜାଗାରୁ ମାଟି ଉତ୍ତୋଳନ କରୁଥିବାରୁ ଆମେ କାଗଜ ପତ୍ର କରିନାହୁଁକହିଥିଲେ।

କୈାଣସି ଅନୁମତି ନ ନେଇ ମୋରମ ଖୋଳା କରିବା ଅଭିଯୋଗରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏ ନେଇ ଠିକା ସଂସ୍ଥା କୁ କୈଫିୟତ ତଲବ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗସୂଚନା ଦେଇଛି।ଅନୁସାରେ ଏହି ରାସ୍ତା ଦୀର୍ଘ ଦୁଇ ବର୍ଷ ରୂ ଅଧିକ ସମୟ ଧରି ନିର୍ମାଣ ଚାଲିଯିବା ବେଳେ ସରକାରୀ ନୀତି ନିୟମକୁ ଅଣଦେଖା କରି ଠିକାଦାର ବେଆଇନ ଭାବେ ମୋରମ ଓ ମାଟି ଉଠାଣ କରି ରାସ୍ତା କାମ ଜାରି ରଖିଛି।

Leave A Reply

Your email address will not be published.