ବାରିପଦା ଆରଟିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଡାକଡି ହେଲା ଟ୍ରାଫିକ୍ ନିୟମ ଓ ହେଲମେଟ୍ ଚେକିଂ । ସତର୍କ ସହ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଲା ପରିବହନ ବିଭାଗ । ମାଗଣାରେ ଗରିବ ବାଇକ ଆରୋଙ୍କୁ ହେଲମେଟ୍ ସହ ଅନ୍ୟ ଚାଳକଙ୍କୁ ନୀତିନିୟମ ପାଳନ ସମ୍ପର୍କିତ ଲିଫଲେଟ ବଣ୍ଟନ କଲା ମୟୂରଭଞ୍ଜ ଜିଲ୍ଲା ପରିବହନ ବିଭାଗ ।

ଆଜି ସକାଳୁ ବାରିପଦା ସହର ପାଲବଣୀ ଠାରେ ବାରିପଦା ଆରଟିଓ ପକ୍ଷରୁ ଅମାନିଆ ବାଇକ ଚାଳକଙ୍କୁ ଅଟକାଇ ହେଲମେଟ୍ ନପିନ୍ଧିବା କାରଣ ପଚାରିଥିଲେ । ବାଇକ ଚାଳନା ସମୟରେ ନିୟମ ମାନିବା ପାଇଁ ସଚେତନ କରିଥିଲେ ଏବଂ କିଛି ହେଲମେଟ୍ ମଧ୍ୟ ବଣ୍ଟନ କରିଥିଲେ ।

ଏହି ଚେକିଂ ବିଭିନ୍ନ ସ୍ଥାନରେ ଏକମାସ ପର୍ଯ୍ୟନ୍ତ ନିୟମିତ କରାଯିବ ଏବଂ ତତପଶ୍ଚାତ ନିୟମ ଉଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ପରିବହନ ବିଭାଗର ଏମଭିଆଇ ସାଲକୁ ମୁର୍ମୁ ପ୍ରକାଶ କରିଛନ୍ତି । ଏହିକ୍ରମରେ ଦେୟମୁକ୍ତ ହେଲମେଟ ପାଇଥିବା ବାଇକ ଆରୋହୀ ନିୟମିତ ହେଲମେଟ୍ ପିନ୍ଧିବା ସହ ନୀତିନିୟମ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.