ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଘାରିଲାଣି ମୃତ୍ୟୁର ଭୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶ ଯୋଗୀ ସରକାରରେ ଯେମିତି ଗ୍ୟାଙ୍ଗଷ୍ଟରଙ୍କୁ ନିଶାନା କାରଯାଉଛି ଏହାକୁ ଦେଖି କିଛି ଲୋକଙ୍କ ଛାତିରେ ଛନକା ପଶିଲାଣି । ଏହାରି ମଧ୍ୟରେ  ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଏବେ ମୃତ୍ୟୁର ଭୟ ଘାରିଲାଣି । ବାସ୍ତବରେ ପୌର ନିର୍ବାଚନ ପାଇଁ ରାମପୁରରେ ପ୍ରଚାର କରୁଥିବାବେଳେ ଆଜମ ଖାନ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏବେ ଭୟ ଲାଗିଲାଣି ଯେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦଙ୍କ ପରି ତାଙ୍କୁ ଉପରକୁ ମଧ୍ୟ ଗୁଳିଚାଳନା କରାଯାଇପାରେ | ନିର୍ବାଚନ ପ୍ରଚାର ସମୟରେ ସେ ଲୋକଙ୍କୁ ପଚାରିଥିଲେ ଅତିକକୁ ଯେଭଳି ହତ୍ୟା କରାଗଲା ସେଭଳି ଢଙ୍ଗରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଉ ଚାହୁଁଛନ୍ତି କି? ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପୀଡିତ ଥିବା ଆଜମ ଖାନ ଉତ୍ତରପ୍ରଦେଶରେ ହେବାକୁ ଥିବା ପୌର ନିର୍ବାଚନରେ ପ୍ରଚାର କରିବା ପାଇଁ ମଞ୍ଚକୁ ଆସିଥିଲେ । ସେ କହିଥିଲେ ଯେ ଆମେ ଭୋଟ୍ ଦେବୁ, ଏହା ଆମର ଜନ୍ମଗତ ଅଧିକାର, କିନ୍ତୁ ତାହା ମଧ୍ୟ ଆମଠାରୁ ଦୁଇଥର ଛଡ଼ାଇ ନିଆଯାଉଛି, ଯଦି ଏହା ତିନିଥର ଛଡ଼ାଯାଏ, ତେବେ ନିଶ୍ୱାସପ୍ରଶ୍ୱାସ ନେବାର ମଧ୍ୟ ଅଧିକାର ରହିବ ନାହିଁ ।  ୨୦୧୯ରେ ଏକ ନିର୍ବାଚନ ରାଲିରେ ରାମପୁରର ପ୍ରଶାସନିକ ଅଧିକାରୀ, ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମିଛ ଅଭିଯୋଗ ଅଣିଥିବାରୁ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏଥିପାଇଁ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ନିର୍ବାଚନ ପ୍ରଚାର ସମୟରେ ଆଜମ ମୋଦୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ସମଗ୍ର ଦେଶକୁ ଠିକାରେ ଚଳାଉଛନ୍ତି | ମୋଦୀ ସରକାର ବିମାନବନ୍ଦର ସହ ବନ୍ଦର ଓ ରେଳବାଇକୁ ବିକ୍ରି କରିସାରିଲେଣି, ଆଉ କଣ ବାକି ଅଛି?

ସେପଟେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ଘଟଣାରେ ପ୍ରତିଶୋଧ ନେବାକୁ ଧମକ ଦେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲ କଏଦାର ଆଞ୍ଚଳିକ ଶାଖା । ଏହାଛଡ଼ା ଅତିକଙ୍କୁ ସହିଦ ବୋଲି ଦର୍ଶାଇଛି ସଂଗଠନ । ଗତ ଏପ୍ରିଲ ୧୫ ତାରିଖରେ ପ୍ରୟାଗରାଜରେ ଅତିକ ଓ ଭାଇ ଅସରଫଙ୍କୁ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିବାବେଳେ ହତ୍ୟାକାଣ୍ଡକୁ ନେଇ ଅଲ କଏଦା ମୁହଁ ଖୋଲିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ଭାରତୀୟ ଉପମହାଦେଶ ଅନ୍ତର୍ଗତ ଅଲ କଏଦା ବା ଏକ୍ୟୁଆଇଏସ ପକ୍ଷରୁ ଏକ ସାତ ପୃଷ୍ଠା ବ୍ୟାପୀ ମାଗାଜିନ ରିଲିଜ କରାଯାଇଛି ଏବଂ ଏଥିରେ ଅତିକ ସପକ୍ଷରେ ଏକ ପରିଚ୍ଛେଦ ସ୍ଥାନ ପାଇଛି । ସେଥିରେ ଅତିକକୁ ଜଣେ ସହିଦ ବୋଲି ଦର୍ଶାଯାଇଛି । ଏଥିରେ ବିଶ୍ବର ମୁସଲିମ ଭାଇଭଉଣୀଙ୍କୁ ମୁକ୍ତି ଲାଗି ଆହ୍ବାନ ଦିଆଯାଇଛି । ଗତ ୧୫ ତାରିଖରେ ଅତିକ ଓ ଭାଇ ଅସରଫଙ୍କୁ ପ୍ରୟାଗରାଜରେ ମେଡିକାଲ ଚେକଅପ ଲାଗି ନେବାବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଫାୟାରିଂ କରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.