ବିଷ ପିଇ ଶାଶୁ ଓ ବୋହୂ ମୃତ, ପୁଅ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ପାରିବାରିକ କଳହର କରୁଣ ପରିଣତି।କଟକ ବଡ଼ମ୍ବା ଥାନା ବଡବାରସିଂ ଗାଁରେ ଅଭାବନୀୟ ଘଟଣା।ଏକା ସଙ୍ଗେ ବିଷ ପିଇଲେ ଶାଶୁ, ପୁଅ ଓ ବୋହୂ। ପୁଅ ଭାଗିରଥି ସେନାପତି ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି। ପାରିବାରିକ କଳହର କରୁଣ ପରିଣତି । ଏକା ସଙ୍ଗେ ବିଷ ପିଇଲେ ଗୋଟିଏ ପରିବାରର ୩ ଜଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ।

ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶାଶୁ-ବୋହୂଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ମାନେ ହେଲେ ଶାଶୁ ନିବାସୀ ସେନାପତି ଏବଂ ବୋହୂ ସଙ୍ଗୀତା ସେନାପତି ।

Leave A Reply

Your email address will not be published.