ବାହାନଗା ଟ୍ରେନ ଟ୍ରାଜେଡି: ଷ୍ଟେଶନ ସିଗନାଲ ଜେଇଙ୍କ ଘର ସିଲ କଲା ସିବିଆଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଷ୍ଟେଶନ ସିଗନାଲ ଜେଇଙ୍କ ଘର ସିଲ କଲା ସିବିଆଇ । ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍  କରାଯାଇଛି । ଜେଇ ଏଠାରେ ଭଡ଼ା ଘରେ ରହୁଥିଲେ । ଏହ ଭଡା ଘରକୁ ଜିଆରପି ପୋଲିସ ଉପସ୍ଥିତିରେ ସିବିଆଇ ପକ୍ଷରୁ ସିଲ୍ କରାଯାଇଛି । ସିଲ ପରେ ଜିଆରପି ପୁଲିସ ଘରକୁ ଜଗି ବସିଛି। ବାହାନଗା ଟ୍ରେନ ଟ୍ରାଜେଡି ପରେ କିଛି ଦିନ ହେଲେ ଜେଇ ଅନୁପସ୍ଥିତ ଥିବା ସୂଚନା ମିିଳିଛି । ଏପରିକି ତାଙ୍କର ପରିବାର ସଦସ୍ୟ ମଧ୍ୟ ନ ଥିବା ଜଣାଯାଇଛି  । ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରୁଛି । ତେଣୁ ସିଗନାଲ ଜେଇଙ୍କ ଘରକୁ ସିବିଆଇ ସିଲ କରିଥିବା ଜଣାପଡିଛି । ଦୁର୍ଘଟଣା ପରେ ସିଗନା ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା । ହେଲେ ଏବେ ଘରେ ସିଗନାଲ ଜେଇ ନ ଥିବାବେଳେ ତାଙ୍କ ଘର ସିଲ କରାଯିବା ଆଲୋଚନାର ବିଷୟ ହୋଇଛି । 

ଜୁନ ୨ ତାରିଖରେ ବାହାନଗାଠାରେ ଚେନ୍ନାଇରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଏକ ମାଲବାହୀ ଗାଡକୁ ଧକ୍କା ଦେଇଥିଲା । ଏହା ପରେ ବେଙ୍ଗାଲୁର-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ।  ୪୫ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ । ସିଗନାଲ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣ ଘଟିଥିଲା ।  ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସେହି ଟ୍ରାକ୍ ଉପରେ ଏକ୍ସପ୍ରେସ ଟ୍ରେନ୍ ଯାଇଥିଲା ଯେଉଁଠାରେ ପୂର୍ବରୁ ମାଲଗାଡି ଛିଡା ହୋଇଥିଲା। ରେଳ ସୁରକ୍ଷା ଆୟୋଗର ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ରେଳ କର୍ମଚାରୀମାନେ ନିକଟସ୍ଥ ରେଲଓ୍ବେ କ୍ରସିଂ ବା ଫାଟକ ଦେଇ ଯିବାଆସିବା ବନ୍ଦ କରିବାରେ ବ୍ୟବହୃତ ତ୍ରୁଟିପୂର୍ଣ୍ଣ ସମସ୍ୟା ଯୋଗୁଁ ରେଳ କର୍ମଚାରୀମାନେ ସିଗନାଲ ସିଷ୍ଟମ୍କୁ ବାଇପାସ୍ କରିଥିଲେ ବା ଟାମ୍ପରିଂ କରିଥିଲେ। ଅର୍ଥାତ ନିଜକୁ ସୁହାଇଲାଭଳି ଏକ ବ୍ୟବସ୍ଥା ଆପଣାଇଥିଲେ। ତଦନ୍ତ କମିଶନର ତିନି ଅଧିକାରୀଙ୍କ ମଧ୍ୟରୁ ଦୁଇ ଜଣ ଏହିପରି ବିଶ୍ବାସ କରୁଥିଲେ।

Leave A Reply

Your email address will not be published.