କଟକ ଏଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନ ଖାରଜ, ଆଉ କିଛି ଦିନ ରହିବେ ଜେଲରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଜାମିନ ଆବେଦନକୁ ଖାରଜ କରିଛନ୍ତି। ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଶ୍ରୀ ମିଶ୍ରଙ୍କ ୯ କୋଟି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିବା ସହ ତାଙ୍କୁ ଗିରଫ କରିଥିଲା।

ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିଲା। ସେଥି ମଧ୍ୟରେ ତାଙ୍କର ଏକ ବିଏମଡବ୍ଲ୍ୟୁ ଗାଡ଼ି, ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଥିଲା ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଥିଲା। ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଥିଲା। ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲ ବ୍ଲେଜର କାର୍ ବି ଠାବ ହୋଇଥିଲା।

ସେହିପରି ଏକ ବାଇକ୍ ବି ଜବତ ହୋଇଥିଲା। ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଥିଲା। ତାଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ୨୮ଟି ଆକାଉଣ୍ଟ ଠାବ କରାଯାଇଥିଲା। ନବରଙ୍ଗପୁରର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାର ଠାରେ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ସରକାରୀ ମଧୁପାଟଣାରେ ଥିବା କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟରେ ଥ୍ରୀବିଏଚକେ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ଫାର୍ମହାଉସ୍, ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଥିବା ସୂଚନା ଦେଇଥିଲା ଭିଜିଲାନ୍ସ।

ତାଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସାଇ ଦିଆଯାଇଛି ଓ ସେ କୌଣସି ପ୍ରକାର ଏପରି ଘଟଣାରେ ସଂପୃକ୍ତ ନାହାନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର ଜାମିନ ଆବେଦନ ଦାଖଲ କରିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ଵତନ୍ତ୍ର ପିପି ସର୍ବେଶ୍ଵର ବାରିକ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.