ବାଲେଶ୍ୱର ଏସପିଙ୍କ ଭାବବିହ୍ୱଳ ବିଦାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ଏସପି ସାଗରିକା ନାଥଙ୍କ ଖୋର୍ଦ୍ଦା ବଦଳି ହେବାପରେ ବାଲେଶ୍ୱରରୁ ବିଦାୟ ନେଇଛନ୍ତି।ବିଦାୟ ସମୟରେ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଭାବବିହ୍ୱଳ ହୋଇପଡିଥିଲେ।ଏମିତିକି କିଛି ଅଧିକାରୀଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଥିଲା।

ବିଦାୟୀ ଏସପିଙ୍କ ଉପରେ ଫୁଲ ପକାଇ ତାଙ୍କୁ ବିଦାୟ ବେଳର ଦୃଶ୍ୟ ଅତ୍ୟନ୍ତ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି କରିଥିଲା।କେହି କେହି କନିଷ୍ଠ କର୍ମଚାରୀ ବିଦାୟୀ ଏସପିଙ୍କ ପାଦ ଛୁଉଁଥିବା ଦୃଶ୍ୟ ମଧ୍ୟ ପରିବେଶକୁ ଆହୁରି ଗମ୍ଭିର କରି ଦେଇଥିଲା।ସାଗରିକା ନାଥ ପ୍ରାୟ ଦୁଇ ବର୍ଷ ବାଲେଶ୍ୱର ଏସପି ଭାବରେ କାର୍ଯ୍ୟ କରିଛନ୍ତି।ସେ ବାଲେଶ୍ୱର ଏସପି ଭାବରେ ଯୋଗଦେବା ସମୟରେ ବାଲେଶ୍ୱର ରେ ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭୀର ରହିଥିଲା।

ବାଲି ମାଫିଆ,ପଥର ମାଫିଆ,ନିଶା ବେପାରୀ,ଲୁଟ,ବେଆଇନ ଗୋରୁ ଚାଲାଣ ଏଭଳି ଅପରାଧ ମାନ ନିତିଦିନିଆ ଘଟଣା ପାଲଟି ଥିଲା।ସାଗରିକା ନାଥ ଏସପି ଭାବରେ ଯୋଗ ଦେଲାପରେ ଏସବୁ ଅପରାଧ ଓ ଅପରାଧୀଙ୍କୁ ଯେଭଳି ଭାବରେ ଦୃଢତାର ସହ ଦମନ କରିଲେ,ତାକୁ ବାଲେଶ୍ୱର ବାସୀ ସବୁବେଳେ ମନେରଖିବେ।ସେ ଏକୁଟିଆ ରାତିରେ ପେଟ୍ରୋଲିଂ କରୁଥିବା ମଧ୍ୟ ଦେଖାଯାଇଛି।ତାଙ୍କର କର୍ତ୍ତବ୍ୟନିଷ୍ଠା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ।

Leave A Reply

Your email address will not be published.