ଓଡ଼ିଆ ନ୍ୟୁଜ୍: ଗିରଫ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା। ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ବେହେରା। ଏଯାବତ ୧ କିଲୋ ୨୫୫ ଗ୍ରାମ ସୁନା ମିଳିଥିବା ଭିଜିଲାନ୍ସର ସୂଚନା। ପୂର୍ବରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଲକରରୁ ପାଇଥିଲା ଭିଜିଲାନ୍ସ।
ପ୍ରାପ୍ୟ ଦରମା ଅନୁସାରେ ଚାକିରି କାଳରେ ଯେତିକି ଆୟ କରିବା କଥା, ସେ ତା’ଠାରୁ ୭୯୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଚଢ଼ାଉ ବେଳେ ନଗଦ ୨.୦୪ କୋଟି ଟଙ୍କା, ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୦.୫୫୨ ଗ୍ରାମର ସୁନା ଗହଣା, ଗୋଟିଏ ଚାରିଚକିଆ ଯାନ, ୪୪.୩୫ ଲକ୍ଷ ଟଙ୍କାର ମୂଲ୍ୟବାନ ଆସବାବପତ୍ର, ୨ଟି ବ୍ୟାଙ୍କରେ ୫ଟି ଲକର ମିଳିଛି। ରବିବାର ୨ଟି ଲକରରୁ ୩୫୦ ଗ୍ରାମ୍ ସୁନା ଓ ଅନ୍ୟ ୨ଟିରୁ ୨ କୋଟି ଟଙ୍କା ମିଳିଥିବା ବେଳେ, ସୋମବାର ପଞ୍ଚମ ଲକରରୁ ମିଳିଛି ପ୍ରାୟ ୧୨୫୦ ଗ୍ରାମ ସୁନା। ଯାହା ଭିଜିଲାନ୍ସକୁ ତାଜୁବ କରିଛି।
ସୂଚନାଥାଉକି, ୧୯୯୯ ଅଗଷ୍ଟ ୧୬ରେ ନବରଙ୍ଗପୁର ବ୍ଲକରେ ଜୁନିଅର ଇଞ୍ଜିନିୟର (ସିଭିଲ୍) ଭାବେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ମାସିକ ମାତ୍ର ୬ ହଜାର ଟଙ୍କା ପାଉଥିଲେ । ୨୦୨୬ ଫେବ୍ରୁଆରି ୧୨ ତାରିଖରେ ତାଙ୍କର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା । ବର୍ତ୍ତମାନ ତାଙ୍କ ଦରମା ପାଖାପାଖି ୮୦ ହଜାର ଟଙ୍କା ହେବ ।