ବାରବାଟୀ ଟି-୨୦ ପାଇଁ ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ

0

କଟକ(ଓଡ଼ିଆ ନ୍ୟୁଜ୍‌): ଆଜିଠୁ ବାରବାଟୀ ଟି-୨୦ ପାଇଁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି।

ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ମିଳିବ। ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୬ ହଜାର ୧୫୪ଟି ଟିକେଟ। ଆଗରୁ ଅନ୍ଲାଇନରେ ୫ ହଜାର ଟିକେଟ ବିକ୍ରି ହୋଇଛି। ଗତକାଲି ଅଫ୍ଲାଇନରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ।

Leave A Reply

Your email address will not be published.