ବସ୍ତା-ବାଲିଆପାଳ କ୍ରିକେଟ୍ ମହାସଂଗ୍ରାମ -2024 ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ କାଳୀଝାଟୀ ପଡିଆରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନାଙ୍କ ପକ୍ଷରୁ ବସ୍ତା-ବାଲିଆପାଳ କ୍ରିକେଟ୍ ମହାସଂଗ୍ରାମ -2024 ଉଦଘାଟିତ ହୋଇଯାଇଛି |

ଦୀର୍ଘ 11 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରିକେଟ୍ ମହାସଂଗ୍ରାମ ଲଙ୍ଗଳେଶ୍ବର କାଳୀଝାଟୀ ପଡିଆ, ରତେଇ ଖେଳ ପଡିଆ ଏବଂ ବସ୍ତା ମିନି ଷ୍ଟାଡିୟମ୍ ଠାରେ କ୍ରିକେଟ୍ ଖେଳ ଅନୁଷ୍ଠିତ ହେବ | ଆଜି ଏହି ମର୍ମରେ ମଶାଲ ଜଳାଇ ଏହି ଖେଳକୁ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଆୟୋଜକ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା, ଅଭିନେତ୍ରୀ ଶିବାନୀ ସଂଗୀତା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ | ଏହି ମହାସଂଗ୍ରାମର ବିଜେତାକୁ 50 ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ |

ବସ୍ତା ଏବଂ ବାଲିଆପାଳ ଅଂଚଳର ଯୁବ ପ୍ରତିଭାର ଦକ୍ଷତା ବିକାଶ ପାଇଁ ଏହି କ୍ରିକେଟ୍ ମହାସଂଗ୍ରାମ ଆୟୋଜନ କରାଯାଇଥିବା ଆୟୋଜକ ସୁବାସିନୀ ଜେନା କହିଛନ୍ତି | ରାଜ୍ୟ ସରକାର ଖେଳକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଗ୍ରାମାଞ୍ଚଳରେ ଏହିଭଳି ଆୟୋଜନ କରା ଯାଇଛି | କାର୍ଯ୍ଯକ୍ରମକୁ ଲଙ୍ଗଳେଶ୍ବର ହରପାର୍ବତୀ ଯୁବକ ସଂଘର ସଦସ୍ୟମାନେ ପରିଚାଳନା କରିଥିବା ବେଳେ ଅଭିନେତ୍ରୀ ଶିବାନୀ ସଂଗୀତାଙ୍କ ନୃତ୍ୟରେ ବେଶ୍ କିଛି ସମୟ ଧରି ଯୁବ ବର୍ଗ ଝୁମିଥିଲେ | ବିଭିନ୍ନ ଟ୍ରଫିକୁ ଆୟୋଜକ ଶ୍ରୀମତୀ ଜେନା ଏବଂ ଅଭିନେତ୍ରୀ ଶିବାନୀ ଉନ୍ମୋଚନ କରିଥିଲେ |

Leave A Reply

Your email address will not be published.