ଜିଲ୍ଳାଜଜ୍ ଓ ଜିଲ୍ଳା ଓକିଲ ସଂଘ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଳାଜଜ୍ ଏକାଦଶ ଏବଂ ଜିଲ୍ଳା ଓକିଲ ସଘଂ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ମ୍ୟାଚ ଆଜି ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଜିଲ୍ଳା ଜଜ୍ ଏକାଦଶ ଟସ ଜିଣି ବ୍ୟାଟିଙ୍ଗ କରିବା ସହିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୩ ରନ୍ କରିଥିଲେ । ଏହାର ଜବାବରେ ଜିଲ୍ଳା ଓକିଲ ସଂଘ ଏକାଦଶ ୧୧ ଓଭରରେ ୪ ୱିକେଟ ହରାଇ ନିର୍ଦ୍ଧାରିତ ଲକ୍ଷକୁ ପୁରଣ କରି ୧୪୪ ରନ୍ କରିଥିଲେ ।

ଏହି ଉପଲକ୍ଷେ ଜିଲ୍ଳା ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଏବଂ ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଜିଲ୍ଳା ଓକିଲ ସଂଘ ଏକାଦଶକୁ ବିଜୟୀ ଟ୍ରଫି ଓ ଜିଲ୍ଳାଜଜ୍ ଏକାଦଶକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିବା ସହିତ ବ୍ୟକ୍ତିଗତ ୨୦ ରନ୍ କରିଥିବା ଏବଂ ୨ ଟି ୱିକେଟ ନେଇ ମ୍ୟାନ୍ ଅ‘ ଦି ମ୍ୟାଚ୍ ବିବେଚିତ ହୋଇଥିବା ଜିଲ୍ଳାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ମ୍ୟାନ୍ ଅଫ ‘ ଦି ମ୍ୟାଚ୍ ଟ୍ର‘ି ପ୍ରଦାନ କରିଥିଲେ । ଜିଲ୍ଳାଜଜ୍ ଏକାଦଶର କ୍ୟାପ୍‌ଟେନ୍ ଭାବେ ଜିଲ୍ଳାଜଜ୍ ବିଶ୍ୱଜିତ୍ ମହାନ୍ତି ଦାୟୀତ୍ୱ ନେଇଥିବା ବେଳେ ଜିଲ୍ଳା ଓକିଲ ସଘଂ ଏକାଦଶର କ୍ୟାପ୍‌ଟେନ୍ ଭାବେ ଆଇନଜୀବୀ ଆଶିଷ ସାମଲ୍ ଦାୟିତ୍ୱ ନିର୍ବାହ କରିଥିଲେ ।

ଅନ୍ୟତମ ଅତିଥି ଭାବେ ପରିବାର ଅଦାଲତ ଜଜ୍ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଳା ଜଜ୍ (ପୋକ୍ସୋ) ପ୍ରଣତୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳା ଜଜ୍ ଅଜୟ ପ୍ରଧାନ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ରମାଦେବୀ ସୋରେନ୍‌, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷେଟ୍ ପୂଜା ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ସମ୍ପାଦକ ଧର୍ନୁଧର ନାୟକ, କାଉନସିଲର ସେକ୍ ଅସଲମ୍‌, ଆଇନଜୀବୀ ହରି ପ୍ରସାଦ କର, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ବ୍ରଜ ସୁନ୍ଦର ରାଉତ, ଗଣେଶ ପ୍ରସାଦ ମଲ୍ଳିକ, ନିରଞ୍ଜନ ବଳ, ଚିନ୍ମୟ ବିଶ୍ୱାଳ, ସଦାମ ଖାନ, ସଂଗ୍ରାମ ଜେନା, ଗିରିଜା ଶଙ୍କର ପଣ୍ଡା, ସୁବାସ ସାହୁ, ରାଖାଲ ଶେଖର ଦାସଙ୍କ ସମେତ ଜିଲ୍ଳାର ସମସ୍ତ ଜଜ୍ ଓ ଶତାଧିକ ଆଇନଜୀବୀ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରଞ୍ଜନ ମଲ୍ଳି୍‌କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.