ଆଜି 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା । ଏହି ବନ୍ଦ ଡାକରା ଯୋଗୁଁ ଆଜି ଛାତ୍ର ସାମୁଖ୍ୟର କର୍ମକର୍ତ୍ତାମାନେ ପୁରୁଣା ବସଷ୍ଟାଣ୍ଡ ଛକରେ ପିକେଟିଂ କରୁଛନ୍ତି । ବନ୍ଦ ଡାକରା ଯୋଗୁଁ ସକାଳୁ ସକାଳୁ ସହରର ଦୋକାନ ବଜାର ବନ୍ଦ ରହିଥିଲା ବେଳେ ବାସ ଚଳାଚଳ ବନ୍ଦ ରହିଛି । ଜିଲ୍ଲାର ଉଚ୍ଚ ଶିକ୍ଷାର ବିକାଶ, ଏଲ.ଏନ. କଲେଜକୁ ସରକାରୀ ମାନ୍ୟତା, ଯାନ୍ତ୍ରିକ ବିଦ୍ୟାଳୟକୁ ମହାବିଦ୍ୟାଳୟର ମାନ୍ୟତା ଦାବି କରିଛି ଛାତ୍ର ସାମ୍ମୁଖ୍ୟ ।

ବନ୍ଦ ଡାକରାରେ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆୟାଇଛି । ଅନ୍ୟପଟେ ବନ୍ଦର ପ୍ରଭାବରେ ଗାଡି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଏହି ବନ୍ଦକୁ ଜିଲ୍ଲା ବ୍ୟବସାୟୀ ସଂଘ, ବସ ଆସୋସିଏସନ, ବିଭିନ୍ନ ସଂଗଠନ, କ୍ଲବ ଏବଂ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗୋଟିଏ ସରକାରୀ କଲେଜ ନାହିଁ କିମ୍ବା ପିଜି ପାଠ୍ୟକ୍ରମ ନାହିଁ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ।

ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଖନପୁର ବ୍ଲକରେ ଡିଗ୍ରୀ କଲେଜ ଖୋଳିବା ସହ ସର୍ବପୁରାତନ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ ଘୋଷଣା, ଇଂଜିନିୟରିଂ ସ୍କୁଲକୁ କଲେଜର ମାନ୍ୟତା ଭଳି ୭ ଦଫା ଦାବିରେ ଛାତ୍ର ସାମୁଖ୍ୟ ପକ୍ଷରୁ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦର ଆହ୍ୱାନ ଦିଆଯାଇଛି । ଏହି ଆନ୍ଦୋଳନ କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.