ବାସୁଦେବପୁର କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଜିଲ୍ଲା ର ବାସୁଦେବପୁର ବିଧାନସଭା ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଅଶୋକ ଦାସଙ୍କୁ ପ୍ରାର୍ଥି କରିଛି । ଶ୍ରୀ ଦାସ ଛାତ୍ର ଜୀବନରୁ ରାଜନୀତି ସହିତ ଜଡିତ । ଛାତ୍ର ଜୀବନ ରେ ଅଟଳ ବିହାରୀ ମହାବିଦ୍ୟାଳୟ ର ଛାତ୍ର ସଂସଦ ସଭାପତି ଥିଲେ ।

ପରେ ବାସୁଦେବପୁର ପୌରପାଳିକା ର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ।ଅଧ୍ୟକ୍ଷ ଥିବା ସମୟରେ ପୌରପାଳିକା ରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତିି । ୨୦୧୯ ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳ ରୁ ବିଧାୟକ ପ୍ରାର୍ଥୀ ହୋଇ ଅଳ୍ପ ଭୋଟ ବ୍ୟାବଧାନ ରେ ପରାସ୍ତ ହୋଇ ଥିଲେ । ସେ କଂଗ୍ରେସ ର ଭଦ୍ରକ ଜିଲ୍ଲା ସଭାପତି ଦାୟିତ୍ୱ ରେ ଥିବା ସହିତ ଚଳିତ ନିର୍ବାଚନରେ ବାସୁଦେବପୁର ନିର୍ବାଚନମଣ୍ଡଳୀ ରୁ ପୂର୍ନବାର ପ୍ରାର୍ଥି ହୋଇଛନ୍ତି। ମୁଁ ଆପଣ ଙ୍କ ପୁଅ,ଏ ଯୁଦ୍ଧ ରେ ସାରଥୀ ଆପଣ ମାନେ।ଏ ଯୁଦ୍ଧ ଆପଣ ଲଢ଼ୁଛନ୍ତି। ମୁଁ ନିମିତ୍ତ ମାତ୍ର। ମୋତେ ଆପଣ ମାନେ ଯୁଦ୍ଧ କ୍ଷେତ୍ରକୁ ପଠାଇଛନ୍ତି। ମୁଁ ମୋ ଦେହରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଆପଣ ମାନଙ୍କ ପାଇଁ ଲଢିବି।

ବାସୁଦେବପୁର ମାଟି ସ୍ବାଭିମାନ ର ମାଟି।ଏହି ସ୍ବାଭିମାନ ମାଟିରେ ମୋ ବାସୁଦେବପୁର ବାସୀ କାହା ମିଥ୍ୟା ପ୍ରରୋଚନା ଓ ପ୍ରଲୋଭନ ରେ ପଡିବେ ନାହଁ। । ଏହି କଥା ଆମ୍ଭେ କହୁ ନାହୁ ଆଜ୍ଞା ଏ କଥା ଅଶୋକ କୁମାର ଦାସ କଂଗ୍ରେସ ବିଧାୟକ ପ୍ରାର୍ଥୀ କହିଁଛନ୍ତି। ବାସୁଦେବପୁର ବାସୀ କଣ ନିଷ୍ପତି ନେଉଛନ୍ତି ଅଶୋକ ଙ୍କ ଏଥର ପରିବର୍ତ୍ତନ ନାରା ରେ ସାମିଲ ହୋଇ ବିଜୟ ର ମୁକୁଟ ଅଶୋକ ଙ୍କୁ ପିନ୍ଧାଉ ଛନ୍ତି କି ନାହିଁ। ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.