ଓଡ଼ିଆ ନ୍ୟୁଜ୍: ଭୁଲ ଇଂଜେକସନରୁ ରୋଗୀ ମୃତ୍ୟୁ ଅଭିଯୋଗ। ଭଦ୍ରକ ବାସୁଦେବପୁରୁ ଆସିଛି ଅଭିଯୋଗ। ବାସଦେବପୁର ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
ଇଂଜେକସନ୍ ନେବା ପରେ ବାସୁଦେବପୁର ପଦ୍ମପୁର ମେଳକସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକିଙ୍କ ମୃତ୍ୟୁ ହୋଇଛି। ବାଡ଼ିରେ ଖେଲୁଥିବା ସମୟରେ ରକିଙ୍କ ଗୋଡ଼ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଥିଲା। ବାସୁଦେବପୁର ଡାକ୍ତରଖାନାରେ ପହଂଚି ଡ୍ରେସିଂ ହୋଇ ଡାକ୍ତରଙ୍କ ଲିଖିତ ଅନୁଯାୟୀ ଇଂଜେକସନ ନେଇଥିଲେ। ଇଂଜେକସନ୍ ନେବା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି। ପୁଅ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକ ଏବଂ ସଂପର୍କୀୟ। ହଠାତ୍ ଏପରି ମୃତ୍ୟୁକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେବା ସହ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି।