ସାବଧାନ!  ରାସନ କିଣିବାବେଳେ ଗ୍ରାହକଙ୍କୁ ଠକିବା ପଡିବ ମହଙ୍ଗା

0

 

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଏଣିକି  ଗ୍ରାହକଙ୍କୁ ଠକି ପାରିବେନି ରାସନ ଦୋକାନୀ ।  ବାରମ୍ବାର ଠକାମୀର ଶିକାର ହେଉଥିବା ଅଭିଯୋଗ ପରେ ବର୍ତ୍ତମାନ ସରକାର ଆଣିଛନ୍ତି ନୂଆ ନିୟମ  । ରାସନ ଦୋକାନରୁ ଚାଉଳ ନେଉଥିବା ଗ୍ରାହକମାନଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ, ତେବେ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି  । କିନ୍ତୁ ଅନେକ ସାଧାରଣ ଲୋକଙ୍କୁ ଏ ନେଇ ବିଶେଷ କିଛି ଜଣା ନଥିବ  । ତେବେ ଆସନ୍ତୁ ଜାଣିବା ସରକାରଙ୍କର ଏହି ନୂଆ ନିୟମ ବିଷୟରେ  ।

 

ଅନେକ ଥର ରାସନ କାର୍ଡଧାରୀ ମାନେ ପିଡିଏସ କେନ୍ଦ୍ରରେ ଚାଉଳ ବଣ୍ଟନକୁ ନେଇ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଥିଲା  । ଏହାପରେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି   । ଏଣିକି ରାସନ କେନ୍ଦ୍ରରେ ଇପିଓଏସ ଅର୍ଥାତ ଇଲେକ୍‌ଟ୍ରୋନିକ ପଏଣ୍ଟ ଅଫ ସେଲ ଲଗାଇବା ବାଧ୍ୟତାମୂଳକ କରିଛନ୍ତି  ।

 

ଏହାପରେ ଇପିଓଏସ ବିନା କୌଣସି ରାସନ କେନ୍ଦ୍ରରେ ରାସନ ବିକ୍ରି ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି  । ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ୍‌(ପିଡିଏସ)ର ହିତାଧିକାରୀଙ୍କୁ ନିଜ ଅଧିକାରର ରାସନ ଦିଆଯିବା ପାଇଁ ଡିଲରମାନଙ୍କ ଦୋକାନରେ ଅନଲାଇନ ଇପିଓଏସ ଡିଭାଇସ ଇଲେକ୍‌ଟ୍ରୋନିକ ତରାଜୁ ସହ ଯୋଡି ଦିଆଯାଇଛି  । ଏହି ଡିଭାଇସ ଲାଗିବା ଦ୍ୱାରା ଆଗକୁ ରାସନର ଓଜନରେ କୌଣସି ସମସ୍ୟା ରହିବନି ବୋଲି ଆଶା କରାଯାଉଛି  ।

ଅନଲାଇନ ସହିତ ଅଫଲାଇନ ମୋଡରେ ମଧ୍ୟ ଏହି ମେସିନ କାର୍ଯ୍ୟ କରିପାରିବ  । ତେବେ ଏହି ମେସିନ ଲାଗିବା ପରେ ହିତାଦିକାରୀ ନିଜ ହକର ପ୍ରକୃତ ଚାଉଳ ଏବଂ ଗହମ ପାଇପାରିବେ ବୋଲି ଏଭଳି ଏକ ନିୟମ ପ୍ରଣୟନ କରିଛନ୍ତି ସରକାର  । ତେବେ ଏହି ନିୟମ ସାଦାରଣ ଲୋକଙ୍କୁ ଖୁବ ପସନ୍ଦ ଆସିଛି  ।

Leave A Reply

Your email address will not be published.