ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିଏଡ୍ ଛାତ୍ରଛାତ୍ରୀ

0

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ରାଜ୍ୟର ବିଏଡ୍ ଛାତ୍ରଛାତ୍ରୀ । ଓଏସଏସଟିଇଟି, କଣ୍ଟ୍ରାକ୍ଟ ଟିଚର ଏବଂ ବିଏଡର ନିୟମାବଳୀରେ ସମନ୍ୱୟ ରହୁନି । ଫଳରେ ୨୦୧୮ ପରଠାରୁ ଯେଉଁ ଛାତ୍ରଛାତ୍ରୀ ବିଏଡ କରୁଛନ୍ତି ସେମାନେ ହାଇସ୍କୁଲ ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଏସଏସଟିଇଟି ଦେବାକୁ ଉପଯୁକ୍ତ ହେଉନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ବିଏଡର ଯେଉଁ ନିୟମାବଳୀ ରହିଛି, ଓଏସଏସଟିଇଟି ଏବଂ କଣ୍ଟ୍ରାକଚୁଆଲ ଟିଚର ପୋଷ୍ଟିଂରେ ସମାନ ନିୟମ ନାହିଁ । ଏସସିଇଆରଟି ୨୦୧୯ରୁ ବିଏସଇ ଓଏସଏସଟିଇଟି ଏବଂ କଣ୍ଟ୍ରାକଚୁଆଲ ନିୟମାବଳୀରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ବିଏସଇ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରୁନାହାନ୍ତି ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ବିଏଡ ଛାତ୍ରଛାତ୍ରୀମାନେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ମଧ୍ୟ ଦେଇଛନ୍ତି । ତେବେ ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ବିଚାର କରିବୁ ଏବଂ ସମସ୍ତ ଛାତ୍ରଛାତ୍ରୀ ଯେଭଳି ପରୀକ୍ଷା ଦେଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ । ସେହିପରି ଚ ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଓଏସଏସଟିଇଟି ପରୀକ୍ଷାର ଶେଷ ଆବେଦନ ତାରିଖ ୧୩ ତାରିଖରୁ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ।

Leave A Reply

Your email address will not be published.