ବେଙ୍ଗାଲୁରୁ-ଭୁବନେଶ୍ବର ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି, ରନୱେରେ ଅଟକିଲା ବିମାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁ-ଭୁବନେଶ୍ବର ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି, ରନୱେରେ ଅଟକିଲା ବିମାନ । ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ବିମାନବନ୍ଦରରୁ ବିମାନ (ଇଣ୍ଡିଗୋ)ଟି ଟେକ୍ ଅଫ୍ ନେଇପାରି ନାହିଁ । ବିମାନବନ୍ଦରରେ ବିମାନଟି ଅଟକି ରହିଛି। ଫଳରେ ଭୁବନେଶ୍ୱର ଆସୁଥିବାକୁ ଥିବା ଶତାଧିକ ଓଡ଼ିଆ ଯାତ୍ରୀମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି । ବାଙ୍ଗାଲୁରୁ-ଭୁବନେଶ୍ବର ବିମାନ ‘ଇଣ୍ଡିଗୋ’ ଆଜି ସନ୍ଧ୍ୟା ୬ଟା ୪୦ ମିନିଟରେ ଉଡ଼ିବାର ଥିଲା। ମାତ୍ର ବିମାନଟି ଟେକ୍‌ ଅଫ୍‌ ନେଇପାରି ନଥିଲା। ଉଡ଼ିବା ପୂର୍ବରୁ ବିମାନଟି ଅଟକି ଯାଇଥିଲା। ଶେଷରେ କଂପାନି କର୍ତ୍ତୃପକ୍ଷ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ ଏବଂ ବିମାନକୁ ବାତିଲ କରିଥିଲେ। ଇଣ୍ଡିଗୋ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବାକୁ ପରାମର୍ଶ ଦେଇଥିଲେ। ଇଣ୍ଡିଗୋର ଜଣେ ପାଇଲଟ କହିଛନ୍ତି, ଟେକ୍‌ ଅଫ୍‌ ସମୟରେ ବିମାନ(୬ଇ୪୧୧ )ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।

ବେଙ୍ଗାଲୁରୁରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନ ରନୱେରେ ବିମାନଟି ଗଡିଥିଲା। କିନ୍ତୁ ଏହା ଉଡ଼ିବା ପୂର୍ବରୁ ଅଟକି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଥିବାରୁ ବିମାନ ଉଡାଇବା ସମ୍ଭବ ହୋଇପାରି ନଥିଲା। ତେବେ ଯାନ୍ତ୍ରିକ ତ୍ରୁଟି କଣ ହୋଇଛି ଜଣାପଡିନାହିଁ। ବିମାନର ଜଣେ ଯାତ୍ରୀ ତ୍ରିନାଥ ଲେଙ୍କା କହିଛନ୍ତି, ଇଣ୍ଡିଗୋ ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରୁ ସନ୍ଧ୍ୟା ୬ଟା ୪୦ରେ ଉଡ଼ିବାର ଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଉଡ଼ିପାରି ନଥିଲା। ବିମାନଟିକୁ ଉଡ଼ାଇବା ପାଇଁ ପାଇଲଟ ବହୁ ଉଦ୍ୟମ କରିଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟେକ୍‌ ଅଫ୍‌ ହୋଇ ନପାରିବାରୁ ଶେଷରେ ଏହା ବାତିଲ ହୋଇଥିଲା। ପରେ ପୁଣି କର୍ତ୍ତୃପକ୍ଷ ତରଫରୁ ରାତି ୧୦ଟାରେ ବିମାନ ଉଡ଼ିବା ନେଇ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.