କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଆରେ ଡେଇଁ ପଡ଼ିବା ଭଲ : ନୀତିନ ଗଡ଼କରି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରି   କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କଂଗ୍ରେସର ଅଫରକୁ କଟାକ୍ଷ କରିଛନ୍ତି । କଂଗ୍ରେସରେ ସାମିଲ  ହେବାକୁ ତାଙ୍କୁ ଅଫର୍ ମିଳିଥିଲା । କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଆରେ ଡେଇଁ ପଡ଼ିବା ଭଲ ।କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି, ଜଣେ ରାଜନେତା ତାଙ୍କୁ କଂଗ୍ରେସ ପାର୍ଟିରେ ସାମିଲ ହେବାକୁ ଅଫର୍ ଦେଇଥିଲେ । ଏହାର ଜବାବ ଦେଇ ଗଡ଼କରି କହିଛନ୍ତି, କଂଗ୍ରେସ ପାର୍ଟିର ସଦସ୍ୟ ବନିବା ଅପେକ୍ଷା କୂଅରେ ଡେଇଁ ମରିଯିବାକୁ ପସନ୍ଦ କରିବି ।

ଭାରତୀୟ ଜନତା ପାର୍ଟି ୯ ବର୍ଷର ଶାସନ କାଳରେ, କଂଗ୍ରେସର ୬୦ ବର୍ଷ ଶାସନ ତୁଳନାରେ ଅଧିକ କାମ କରିଛି । ନରେନ୍ଦ୍ର ମୋଦି ସରକାରକୁ ୯ବର୍ଷ ପୂରଣ ହେବା ଅବସରରେ ଶୁକ୍ରବାର ମହାରାଷ୍ଟ୍ରର ଭଣ୍ଡାରରେ ଏକ ସଭାକୁ ସମ୍ବୋଧିତ କରିଥିଲେ ଗଡ଼କରି । ଏହି ସଭାରେ ବିଜେପି ସହିତ ରାଜନୈତିକ ଯାତ୍ରା ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଦିବଙ୍ଗତ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକରଙ୍କ ଏକ ଅଫରକୁ ମନେପକାଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ।

ଜିଚକର ତାଙ୍କୁ ଦକ୍ଷନେତା କହିବା ସହିତ ଆପଣ ଯଦି କଂଗ୍ରେସରେ ସାମିଲ ହୁଅନ୍ତି, ତେବେ ଆପଣଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ବଳମୟ ହେବ । ହେଲେ ଗଡ଼କରୀ ଏହି ଅଫରକୁ ଏଡ଼ାଇ ଯାଇଥିଲେ । କଂଗ୍ରେସରେ ସାମିଲ ହେବା ଅପକ୍ଷେ କୂଆରେ ଡେଇଁ ମରିଯିବା ଭଲ । ଭାରତୀୟ ଜନତା ପାର୍ଟିର ବିଚାରଧାରାରେ ଦୃଢ ବିଶ୍ବାସର ସହିତ ଆଗକୁ କାର୍ଯ୍ୟ ଜାରି ରଖିବି ବୋଲି ନୀତିନ ଗଡ଼କରି କହିଥିବା ସୂଚନା ମିଳିଛି।

Leave A Reply

Your email address will not be published.