ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ଗଡ଼ିଲା ଆଉ 10ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଗୁଜୁରାଟ ଅହମ୍ମଦାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସମସ୍ତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡିଶା ସମେତ ଅନ୍ୟ ରାଜ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଛି । 85 ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ରାଜ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଅବସରରେ ଏହି ସେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଉଦ୍ଦେଶ୍ୟରେ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ପୁରୀ ରୁ ବିଶାଖାପାଟନମ୍ ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ । ଏହି ଟ୍ରେନ୍ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ । ଆଜି କେବଳ ଶୁଭାରମ୍ଭ ପାଇଁ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ତୃତୀୟ ବନ୍ଦେ ଭାରତ ଟ୍ରେନର ସମୟ ବିବରଣୀ ପ୍ରକାଶ ପାଇବ । ପୂର୍ବରୁ ଓଡିଶାକୁ ମିଳିଥିଲା 2 ଟି ବନ୍ଦେ ଭାରତ ଏକ୍ସ ପ୍ରେସ । 2023 ମେ ମାସରେ ପୁରୀ-ହାୱଡ଼ା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିଥିଲା । ପରେ ୨୦୨୩ ସେପ୍ଟେମ୍ବରରେ ପୁରୀ-ରାଉରକେଲା ମଧ୍ୟରେ ଆରମ୍ଭ ହୋଇଥିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ।

Leave A Reply

Your email address will not be published.