ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ; ୬ ମୃତ, ୧୦ ଆହତ।   ମଧ୍ୟପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ଟ୍ରକ୍ ମାଡ଼ିଯାଇଥିବା ସୂଚନା ମିଳିଛି।

ଆହତ ୧୦ ଜଣଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭୋପାଳ ସ୍ଥାନାନ୍ତର କରାଯାଇଛି। ବାଜା, ରୋଷଣୀରେ ଦୁଲୁକୁଥିଲା ରାସ୍ତା। ତାଳେ ତଳେ ନାଚଗୀତରେ ନିଜକୁ ହଜାଇ ଦେଇଥିଲେ ବର ଯାତ୍ରୀ । ହସଖୁସିରେ କନିଆ ଘର ଅଭିମୁଖେ ଆଗେଇ ଚାଲିଥିଲେ ବର ଯାତ୍ରୀ। ମାତ୍ର ଏହି ହସ ବେଶି ସମୟ ରହିଲାନି। ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ରାୟସନର ଖାମରିଆ ଗ୍ରାମକୁ ବରଯାତ୍ରୀ ବାହାରିଥିଲେ ।

ବାହାଘର ଶୋଭଯାତ୍ରା ଯାଉଥିବା ବେଳେ ହଠାତ ଏକ ଟ୍ରକ ଦ୍ରୁତଗତିରେ ଆସି ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ହସ୍ପିଟାଲ ନେବା ବାଟରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି 10 ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Leave A Reply

Your email address will not be published.