ଭୁବନେଶ୍ବରରେ ଏକ ସପ୍ତାହ ମଧ୍ୟରେ 5000 ନମୁନା ପରୀକ୍ଷା କରାଯିବ

0

ଭୁବନେଶ୍ବର ରେ 5000 ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର l ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଘୋଷଣା କରିଛନ୍ତି l ଏଥି ପାଇଁ ଭୁବନେଶ୍ଵର ରେ ଟେଷ୍ଟିଙ୍ଗ କ୍ଷମତା ବଢାଇ ଦିଆଯାଇଛି l ଭୁବନେଶ୍ବର ର ଏମ୍ସ, ଆର ଏମ୍ ଆର୍ ସି, ଇନଷ୍ଟିଚ୍ୟୁଟ ଅଫ ଲାଇଫ୍ ସାଇନ୍ସ ଏବଂ ଆପୋଲୋ ହସ୍ପିଟାଲ ରେ ନମୁନା ପରୀକ୍ଷା କରାଯିବ l

ଭୁବନେଶ୍ବର ରେ ପ୍ରାୟ 10 ଲକ୍ଷ ଲୋକଙ୍କ ମଧ୍ୟରୁ 5000 ନମୁନା ସଂଗ୍ରହ ଏବଂ ପରୀକ୍ଷା ସର୍ବାଧିକ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି l ରାଜଧାନୀ ଭୁବନେଶ୍ଵର ରାଜ୍ୟର ହଟ ସ୍ପଟ ଭବରେ ଘୋଷଣା କରାଯାଇଛି l ଏହି ନମୁନା ପରୀକ୍ଷା ଫଳରେ ଭୁବନେଶ୍ୱର ରେ କେତେ ସଂଖ୍ୟକ କରୋନା ଆକ୍ରାନ୍ତ ଅଛନ୍ତି ତାହା ସହଜରେ ଅନୁମେୟ କରାଯାଇପାରିବ l ଏହି ଟେଷ୍ଟିଙ୍ଗ ଦ୍ଵାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ଯ ତ୍ଵରାନ୍ଵିତ ହୋଇପାରିବ l ଯେଉଁ ମାନଙ୍କର କରୋନା ଜନିତ ଲକ୍ଷଣ ଦେଖାଯାଉଥିବ ଏବଂ ଯେଉଁ ମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ l

Leave A Reply

Your email address will not be published.