ହକି ବିଶ୍ଵକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କଲେ ଭୁବନେଶ୍ୱର ଡିସିପି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ହକି ବିଶ୍ଵକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଅପରାହ୍ନରେ ଡିସିପିଙ୍କ ତତ୍ୱବଧାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ଏହି ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀ ଭୁବନେଶ୍ୱରର ନଅଟି ହୋଟେଲରେ ରହିବେ ଏବଂ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜଣେ ଆଡିସିନାଲ ଡିସିପିଙ୍କ ନେତୃତ୍ୱରେ 18 ପ୍ଲାଟୁନ ପୋଲିସ ଫୋର୍ସ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯାଇଛି।

24 ଘଣ୍ଟିଆ ଖେଳାଳିଙ୍କୁ ମନିଣ୍ଟର କରିବା ପାଇଁ ମଧ୍ୟ ଟିମ ମୁତୟନ କରାଯାଇଛି। ଖେଳାଳି ମାନେ ମ୍ୟାଚ ଖେଳିବା ଏବଂ ଅଭ୍ୟାସ କରିବା ପାଇଁ ଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ସେହିପରି ଖେଳାଳିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିବା ଏବଂ ସେମାନଙ୍କ ପସନ୍ଦର ଖାଦ୍ୟ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ହୋଟେଲ କତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.