ଜିରୋ ନାଇଟ ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି: କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ନେବେ ଅନୁମତି

0

ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି। କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବେ। ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ପାଇଁ ଅନୁମତି। ଆଉଟ ଡୋର ବା ବାହାରେ ମୁକ୍ତା କାଶରେ ରାତି ୧୦ ଟା ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଅନୁମତି। ପ୍ରତିଦିନ ଏବେ ରାତ୍ରୀକାଳୀନ ବ୍ଳକିଂ, ଚେକିଂ ଚାଲିଛି। ପେଟ୍ରୋଲିଂ କଡାକଡି କରାଯାଇଛି। ସହରରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ମଦ ଖାଇ ଗାଡି ଚଳାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କୋଭିଡ ନିୟମକୁ ଅନୁପାଳନ କଲେ ଭଲ।

୨୦୨୨ କିପରି ରହିଲା , ୨୦୨୩ ପାଇଁ କଣ ଯୋଜନା ?

୨୦୨୨ରେ ମୋଟା ମୋଟୀ ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଥିଲା। ଦାଦା, ଗୁଣ୍ଡା, ଗ୍ୟାଙ୍ଗ ଷ୍ଟାର ସବୁ ସାବାଡ଼। ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଠିକ ଥିଲା। ଦୁଇ ବର୍ଷର ବ୍ୟବଧାନ ପରେ ସମସ୍ତ ପାର୍ବଣ ଶାନ୍ତି ଶୃଙ୍ଖଳା ସହ ପାଳିତ ହେଲା। ଏଥିରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।  ଘଟଣା ବା ଅପରାଧ ଘଟିବା ସଙ୍ଗେ ସଙ୍ଗେ ପହଞ୍ଚିଛି ପୋଲିସ। ପୂର୍ବ ଅପେକ୍ଷା ଆମେ ଶୀଘ୍ର ରେସପଣ୍ଡ କରିବାରେ ସଫଳ ହୋଇଛୁ। ୩୫୦ ସିସି ଟିଭି କ୍ୟାମେରା ଏବେ ଲାଇଭ ରହିଛି। ଆମ ପାଇଁ ଏହା ଏକ ବଡ଼ ସଫଳତା। ୨୦୨୩ରେ କ୍ୟାମେରା ସଂଖ୍ୟା ଏକ ହଜାରରେ ପହଞ୍ଚାଇ ବାକୁ ଉଦ୍ୟମ କରିବୁ। ନିଶା କାରବାର ଉପରେ ଅନେକ ମାତ୍ରା ରେ ଚଳିତ ବର୍ଷ ରୋକ ଲଗାଇବାରେ ସକ୍ଷମ ହୋଇଛି କଟକ ପୋଲିସ। ୨୩ ରେ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ। ୨୦୨୨ ରେ ସାଇବର ଅପରାଧ ସବୁଠାରୁ ବଡ଼ ଚାଲେଞ୍ଜ ଭାବରେ ମୁଣ୍ଡ ଟେକିଛି। ୨୦୨୩ ରେ ଏହା ଉପରେ ଅଧିକ ଫୋକସ କରି କାମ କରିବୁ। “ବସ୍ତିକୁ ଚାଲ” ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବୁ ୨୦୨୩ରେ। ସହରବାସୀଙ୍କ ସହଯୋଗ ଏକ ବଡ଼ ଭୂମିକା ନିର୍ବାହ କରିବ।

Leave A Reply

Your email address will not be published.