ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ ବ୍ୟକ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପୂଜ୍ୟ ମାତା ହୀରାବେନ ମୋଦିଙ୍କ ଆଜି ୧୦୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତଃ ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ଭୋର ୩.୩୦ରେ ତାଙ୍କର ନିଧନ ହୋଇଛି ।
ହୀରାବେନଙ୍କ ନିଧନ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସ୍ୱର୍ଗତାଃ ହୀରାମଣି ନିଜର ପରିବାର ପ୍ରତିପୋଷଣ ପାଇଁ ସମ୍ମୁଖୀନ ହୋଇଥିବା ସଂଘର୍ଷ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଓ ପ୍ରେରଣା । ହୀରାବେନଙ୍କ ନିସ୍ୱାର୍ଥପର ତତ୍ପର ଓ ତପସ୍ୱୀ ଜୀବନ ସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରକାଶ କରିଛନ୍ତି । ମୋଦିଜୀ ଓ ତାଙ୍କ ପରିବାରର ଦୁଃଖ ସମୟରେ ସାରା ଦେଶ ସାଙ୍ଗରେ ଅଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ହୀରାବେନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଶ୍ରୀ ମହାନ୍ତି ଜଣାଇଛନ୍ତି ।ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ହୀରାବେନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.