କ୍ୟାପିଟାଲ ହସ୍ପିଟାଲ ରେ ଉଦଘାଟିତ ହେଲା ସ୍ମାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ରେ ଉଦଘାଟିତ ହେଲା ସ୍ମାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କରିଛନ୍ତି. ଚଳିତ 2022/23 ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ 15 ଟି ବିଭାଗ ରେ ଖୋଲିଵା କୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ଏଥିପାଇଁ 6ଟି ବିଭାଗକୁ ମିଳିଛି ଅନୁମତି । ଆଉ 9 ଟି ବିଭାଗ ପର୍ଯ୍ୟାୟ କ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି.ପ୍ରଥମ ପର୍ଯ୍ୟାୟରେ 6ଟି ବିଭାଗରେ 24ଟି ସିଟ ପାଇଁ ପିଜି ଓ 6ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଅନୁମତି ମିଳିଛି ।

ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ 5ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ 2, ଶିଶୁରୋଗ ବିଭାଗରେ 4, ଶ୍ବାସରୋଗ ବିଭାଗରେ 3 ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି 70 ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି କ୍ୟାପିଟାଲ ହସ୍ପିଟାଲ। ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଏହି ଅନୁଷ୍ଠାନ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ତା ରେ ଆହୁରି ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି. ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ର ଛାତ୍ରୀ.

Leave A Reply

Your email address will not be published.